ଜୟନ୍ତପୁର ଠାରେ ମା`ଠାକୁରାଣୀ ଓ ହାଟଗୋଷିଆଣୀ ଦେବୀଙ୍କ ମଣ୍ଡେଇ ଯାତ୍ରା ସମାପନ l

Feb 20, 2025 - 12:45
 0  61
ଜୟନ୍ତପୁର ଠାରେ ମା`ଠାକୁରାଣୀ ଓ ହାଟଗୋଷିଆଣୀ ଦେବୀଙ୍କ ମଣ୍ଡେଇ ଯାତ୍ରା ସମାପନ l

ଜୟନ୍ତପୁର ଠାରେ ମା`ଠାକୁରାଣୀ ଓ ହାଟଗୋଷିଆଣୀ ଦେବୀଙ୍କ ମଣ୍ଡେଇ ଯାତ୍ରା ସମାପନ l

ଧର୍ମଗଡ - ଶୁଭମ ବାର୍ତ୍ତା :- ଧର୍ମଗଡ ବ୍ଲକ ଅନ୍ତର୍ଗତ ଜୟନ୍ତପୁର ଗ୍ରାମରେ ମା ` ଠାକୁରାଣୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ହୋଇଯାଇଛି l ଜୟନ୍ତପୁର ଗୌନ୍ତିଆ ଓ ପୂଝାରୀ ଘରୁ ପୂଜ୍ଜାର୍ଚନା ପରେ ସାତଟି ଲାଠି ଗ୍ରାମ ପରିକ୍ରମା କରିଥିଲା l ମଣ୍ଡେଇରେ ଡହଗାଁରୁ ଦଣ୍ଡପଟେନ, ପର୍ଲାରୁ ଭଣ୍ଡାରଘରୁଆଣୀ , ମାଲପଡାରୁ ପେଣ୍ଡ୍ରାଣୀ , ଜୟନ୍ତପରୁ ରୁ ଠାକୁରାଣୀ ଓ ପେଣ୍ଡ୍ରାଣୀ , କଦୋମାଲରୁ ଭୈରବ ସହ ସର୍ବମୋଟ ସାତଟି ଲାଠି ସହ ଦେବଦେବୀ ଆସିଥିଲେ l କଣ୍ଟା ଦୋଳିରେ ଦେବାଦେବୀ ଓ ପୂଝାରୀ ମାନେ ଝୁଲି ଥିଲେ l ଏହି ମଣ୍ଡିରେ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ମାନେ ଦେବାଦେବୀଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ l ଯାତ୍ରାରେ ଗାଁ ଗୌନ୍ତିଆ ପୂର୍ଣ୍ଣ ଚନ୍ଦ୍ର ନାଏକ, ପୂଝାରୀ ବଳରାମ ପୂଝାରୀ, ପୂଜା ପରିଚାଳନା ମହେଶ୍ୱର ନାଏକ ଓ ଜିତେନ୍ଦ୍ରିୟ ନାଏକ କରିଥିବାବେଳେ ସଭାପତି ଭବାନୀ ପ୍ରସାଦ ଭୋଇ, ସମ୍ପାଦକ ତୁଳସୀ ରାମ ନାଏକ, ହୀରାଜିତ ନାଏକ, ଯୁଧିଷ୍ଠିର ନାଏକ, ଭଜରାମ ମାଝୀ, ଜୟଧର ନାଏକ, ନରେନ୍ଦ୍ର ଗୋପାଳ, ହରେକୃଷ୍ଣ ନାଏକ, ବଦ୍ରି ପ୍ରସାଦ ଭୋଇ,କୃଷ୍ଣ ଚନ୍ଦ୍ର ନାଏକ, ମଣ୍ଟୁ ନାଗ, ଯୁବିନ ଭୋଇ, ତ୍ରିନାଥ କାଣ୍ଡ, ହୃଦାନନ୍ଦ ଭୋଇ, ନୋଜ଼ଲ ବାଗ, କ୍ଷୀରୋଦ ଭୋଇ, ମାଧବ ଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow