ଉଦଯାପିତ ହେଲା ତୁଲାଗାଁ ରେ ଆୟୋଜିତ ଟି ଟେନ୍ କ୍ରିକେଟ୍ ତୁନାମେଣ୍ଟ,

Mar 28, 2025 - 06:25
Mar 28, 2025 - 06:29
 0  66
ଉଦଯାପିତ ହେଲା ତୁଲାଗାଁ ରେ ଆୟୋଜିତ ଟି ଟେନ୍ କ୍ରିକେଟ୍ ତୁନାମେଣ୍ଟ,

ଉଦଯାପିତ ହେଲା ତୁଲାଗାଁ ରେ ଆୟୋଜିତ ଟି ଟେନ୍ କ୍ରିକେଟ୍ ତୁନାମେଣ୍ଟ,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ସର୍ଗିଗୁଡ଼ା ପଞ୍ଚାୟତ ର ତୁଲାଗାଁ ଠାରେ ଆୟୋଜିତ ହେଉଥିବା ଟି ଟେନ୍ କ୍ରିକେଟ୍ ଟୁନା ମେଣ୍ଟ ଆଜି ଉଦଯାପିତ ହୋଇ ଯାଇଛି। ମାର୍ଚ୍ଚ ୨୩ ତାରିଖ ରୁ ଆରମ୍ଭ ହୋଇ ଥିବା ଉକ୍ତ ଟୁନା ମେଣ୍ଟ ରେ ଆଖ ପାଖ ର ୧୬ ଗୋଟି କ୍ରିକେଟ୍ ଦଳ ଅଂଶ ଗ୍ରହଣ କରିଥିଲେ। ଦିନକୁ ଦୁଇ ରୁ ଅଧିକ ମ୍ୟାଚ୍ ଖେଳାଯାଉଥିବା ଉକ୍ତ ଟୁନା ମେଣ୍ଟ ର ଆଜି ଫାଇନାଲ ମ୍ୟାଚ୍ ରେ ତୁଲା ଗାଁ ଦଳ ଓ ଗୁଡ଼ାଙ୍ଗ ଗୁଚ୍ଛା ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା ଉକ୍ତ ମ୍ୟାଚ୍ ରେ ଗୁଡ଼ାଙ୍ଗ ଗୁଛା ଦଳ ପ୍ରଥମେ ବ୍ୟାଟିଙ୍ଗ କରି ସମସ୍ତ ୱିକେଟ୍ ହରାଇ ୬୧ ରନ୍ କରି ଥିବା ବେଳେ ତାଙ୍କ ବିପକ୍ଷରେ ତୁଲାଗାଁ ଦଳ ୬ ୱିକେଟ୍ ରେ ୧୦୮ ରନ୍ କରି ବିଜୟ ଲାଭ କରି ଥିଲେ। ଉକ୍ତ ମ୍ୟାଚ୍ ର ଉଦ୍ଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରପତି ଙ୍କ ଦ୍ଵାରା ପୁରସ୍କୃତ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ  ନର୍ଲା ସାମ୍ବାଦିକ ଜଗତ ରାମ୍ ସାହୁ,  ସାମ୍ବାଦିକ ନୀଳକଣ୍ଠ ବେହେରା, ସର୍ଗୀଗୁଡ଼ା ସରପଞ୍ଚ ପ୍ରତିନିଧି ବିଜୟ କୁମାର ବୁଦ୍ଧିଆ,ଓ ତୁଲାଗାଁ ଗୌନ୍ତିଆ ଉପସ୍ଥିତ ରହି ବିଜେତା ଦଳ ଓ ରନର୍ସ ଅଫ ଦଳକୁ ଟ୍ରଫି ସହିତ ପୁରସ୍କାର ରାଶି ପ୍ରଦାନ୍ କରି ଥିଲେ।ବିଜେତା ଦଳ କୁ ୧୩ ହଜାର୍ ଟଙ୍କା ଓ ରନର୍ସ ଅଫ ଦଳକୁ ୮ ହଜାର୍ ଟଙ୍କା ପ୍ରଦାନ୍ କରାଯାଇ ଥିଲା ।

    ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow