ବାଲିପଡା ଠାରେ ଦୁଇ ବାଇକ୍ ମୁହା ମୁହିଁ ଧକ୍କା ଦୁଇ ଜଣ ଗୁରୁତର,

Dec 19, 2024 - 18:32
Dec 19, 2024 - 18:33
 0  777
ବାଲିପଡା ଠାରେ ଦୁଇ ବାଇକ୍ ମୁହା ମୁହିଁ ଧକ୍କା ଦୁଇ ଜଣ ଗୁରୁତର,

ବାଲିପଡା ଠାରେ ଦୁଇ ବାଇକ୍ ମୁହା ମୁହିଁ ଧକ୍କା ଦୁଇ ଜଣ ଗୁରୁତର,

 ନର୍ଲା ଶୁଭମ ବାର୍ତ୍ତା :- ଆଜି ଦିନ ୨ ଟା ସମୟରେ ଭବାନୀପାଟଣା ରୁ ଭୁବନେଶ୍ୱର କୁ ସଂଯୋଗ କରୁଥିବା ୨୬ନମ୍ବର୍ ରାଜ୍ୟ ରାଜପଥ ର ବାଲିପଡା ନିକଟରେ ଦୁଇ ବାଇକ୍ ମଧ୍ୟରେ ମୂହା ମୁହିଁ ଧକ୍କା ହେବା ଫଳରେ ଗୋଟିଏ ବାଇକ୍ ର ଦୁଇ ଜଣ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିଲେ ଓ ଅନ୍ୟ ବାଇକ୍ ଆରୋହୀ ଦୁଇ ଜଣ ଫେରାର୍ ଥିବା ଜଣା ପଡିଛି। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଫୋନ୍ କରି ଦୁଇ ଜଣ ଙ୍କୁ ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ। ଗୁରୁତର ଦୁଇଜଣ ମ ରାମ୍ ପୁର ବ୍ଲକ୍ ଅନ୍ତର୍ଗତ ମାଣୀକେରା ଗାଁ ର ପିତାମ୍ ମାଝୀ ଓ ଜିତୁ ମାଝୀ ବୋଲି ଜଣା ପଡିଛି। ସେମାନଙ୍କୁ ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ନର୍ଲା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବାଇକ୍ କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow