ଡ଼ଃ ଆମ୍ବେଦକର କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ : ବେହେରା ଚମ୍ପିୟାନ l

Feb 21, 2025 - 19:13
 0  50
ଡ଼ଃ ଆମ୍ବେଦକର କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ : ବେହେରା ଚମ୍ପିୟାନ l

ଡ଼ଃ ଆମ୍ବେଦକର କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ : ବେହେରା ଚମ୍ପିୟାନ l

ଧର୍ମଗଡ ଶୁଭମ ବାର୍ତ୍ତା :- ଧର୍ମଗଡ ବ୍ଲକ ଜୟନ୍ତପରୁ ଠାରେ ଡ଼ଃ. ଆମ୍ବେଦକର ଯୁବ ଅନୁଷ୍ଠାନ, ରଇନଗୁଡା ଆନୁକୂଲ୍ୟରେ ଲତା ଡ଼ଙ୍ଗରି ପଡିଆରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା l ବେହେରା ଓ ଡାଲଗୁମା ମଧ୍ୟରେ ରୋମାଞ୍ଚକ ମ୍ୟାଚ ଦେଖିବାକୁ ମିଳିଥିଲା l ଏହି ଖେଳରେ ବେହେରା ଟିମ ଭଲ ପ୍ରଦର୍ଶନ କରି ବିଜୟ ଲାଭ କରିଥିଲେ l ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ତଥା ଜିଲ୍ଲାପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ ଯୋଗଦେଇଥିବାବେଳେ, ମୁଖ୍ୟ ବକ୍ତା ଆଇନଜୀବି ଦିଗାମ୍ବର ଦୁରିଆ, ସ୍ୱତନ୍ତ୍ର ଅତିଥି ଭାବରେ ଜିଲ୍ଲାପରିଷଦ ସଭ୍ୟ ଶଙ୍କର ପ୍ରସାଦ ଯୁଏଡ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ଃ. ତ୍ରିଲୋଚନ ବାଗ, ଗଡିଆଜୋର ସରପଞ୍ଚ ଉଦିତ ନାଏକ, ଜୟନ୍ତପୁର ସରପଞ୍ଚ ଜୟନ୍ତୀ ବାଗ, ସମିତି ସଭ୍ୟ ଥବିର ନାଗ, ଶିକ୍ଷକ ଯୁବରାଜ ନାଏକ,ନାଏବ ସରପଞ୍ଚ ବେଲମତି ପୂଝାରୀ, ସରପଞ୍ଚ ପ୍ରତିନିଧି ନୋଜଳ କୁମାର ବାଗ, ସମାଜସେବୀ ହୃଦାନନ୍ଦ ଭୋଇ ପ୍ରମୁଖ ମଞ୍ଚାସିନ ଥିଲେ l ସାମ୍ବାଦିକ କାମେଶ ରଞ୍ଜନ ନାଗ ମଞ୍ଚପରିଚାଳନା କରିଥିବାବେଳେ ଖେଳକୁ ଭୋଦେବ ଭୋଇ ଓ କ୍ଷେତ୍ର ଦୁରିଆ ପରିଚାଳନା କରିଥିଲେ ଏବଂ ନଳିନ ଦୁର୍ଗା ସ୍କୋର ବୋର୍ଡ ଦାୟିତ୍ୱ ସମ୍ଭାଳି ଥିଲେ l କମିଟି ସଭାପତି ଧଵଲେ ଦୁରିଆ, ସମ୍ପାଦକ ଯୁବରାଜ ମାଝୀ, ଟହକାନ୍ତ ବାଗ,ଉମେଶ ଦୁର୍ଗା, ସୁନୀଲ ଦୁରିଆ, ମାନସ ରଞ୍ଜନ ବାଗ, କୁଲଦୀପ ନାଏକ, ଧନଞ୍ଜୟ ନାଏକ, ଆଲୋକ ଦୁର୍ଗା, ଥୟ କୁମାର ନାଏକ, ମନୋଜ ଦୁର୍ଗା, ଗୋବିନ୍ଦ ନାଏକ, ମନୋରଞ୍ଜନ ଦୁର୍ଗା, ଫକୀର ନାଏକ, ଡୋଲେଶ୍ଵର ଦୁର୍ଗା, ଏକଲବ୍ୟ ବାଗ ସମେତ କମିଟିର ସମସ୍ତ ସକ୍ରିୟ ସଦସ୍ୟ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow