କଳାହାଣ୍ଡି ଜିଲ୍ଲା ଆଦିବାସୀ ସଙ୍ଗ ପକ୍ଷରୁ ଜରୁରୀ କାଲିନି ବୈଠକ ଅନୁଷ୍ଠିତ,

May 11, 2025 - 19:37
May 15, 2025 - 08:41
 0  20
କଳାହାଣ୍ଡି ଜିଲ୍ଲା ଆଦିବାସୀ ସଙ୍ଗ ପକ୍ଷରୁ ଜରୁରୀ କାଲିନି ବୈଠକ ଅନୁଷ୍ଠିତ,

କଳାହାଣ୍ଡି ଜିଲ୍ଲା ଆଦିବାସୀ ସଙ୍ଗ ପକ୍ଷରୁ ଜରୁରୀ କାଲିନି ବୈଠକ ଅନୁଷ୍ଠିତ,

ନର୍ଲା ଶୁଭମ ବାର୍ତ୍ତା :- ପ୍ରତ୍ୟେକ ସାମାଜିକ ସଂଗଠନ ରେ ସାଂଗଠନିକ ମୁଖିଆ ଚୟନ କରି ସେହି ମୁଖିଆ ଙ୍କ ସହିତ ଅନ୍ୟ ବିଭିନ୍ନ ପଦ ପଦବୀ ରେ ଥିବା ଲୋକ ଙ୍କ ସହଯୋଗ ରେ ସଂଗଠନ ଆଗେଇ ଥାଏ କିନ୍ତୁ ନିଜ ନିଜ ଭିତରେ ଭୂଲ୍ ବୁଝା ମଣା ରୁ ସଂଗଠନ ମଧ୍ୟରେ ଫାଟ ସୃଷ୍ଟି ହୋଇ ସଂଗଠନ ଭାଗ ଭାଗ ହୋଇ ଥାଏ, ସେହି ଭଳି କଳାହାଣ୍ଡି ଜିଲ୍ଲା ର ଆଦିବାସୀ ଙ୍କ ମଧ୍ୟରେ କୌଣସି କାରଣ କୁ ନେଇ ଦୁଇ ଗୋଷ୍ଟି ହୋଇ ଥିବା ବେଳେ ଆଜି ନର୍ଲା ବ୍ଲକ ସର୍ଗିଗୁଡା ପଂଚାୟତ ଅନ୍ତର୍ଗତ ଉଲିସିର୍କା ଆମ୍ବ ବଗିଚା ଠାରେ ନାରାୟଣ ମାଝୀ ଙ୍କ ସଭାପତିତ୍ବରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଈ ଯାଇଛି, ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧରେ କଳାହାଣ୍ଡି ଆଦିବାସୀ ସଂଘ ର ସଭାପତି ପଦକୁ ନେଇ ଆଲୋଚନା କରାଯାଇଥିଲା,ଏବଂ ଆଦିବାସୀଙ୍କ ମୌଳିକ ଅଧିକାର ଉପରେ ଆଲୋଚନା ହୋଇଥିଲା,ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଙ୍ଘର କାର୍ଯ୍ୟ କାରି ସଭାପତି ଶ୍ରୀ ସୁରେଶ ମାଝୀ,ଜିଲ୍ଲା ଆଦିସ୍କନ୍ଦ ସମାଜ ର ସଭାପତି ସୁରେଶ କୁମାର ଭୋଇ, ଜିଲ୍ଲା ଆଦିବାସୀ ସଙ୍ଘ ର ସମ୍ପାଦକ ଶୁକଦେବ ମାଝୀ, ଶ୍ରୀ ଇନ୍ଦ୍ରମଣି ଯାନୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଲାଞ୍ଜିଗଡ ବ୍ଲକର ଭଗବାନ ମାଝୀ,ଅଜିତ ମାଝୀ, ନର୍ଲା ବ୍ଲକର ବସନ୍ତ ମାଝୀ, ବୈକୁଣ୍ଠ ମାଝୀ,ଘନଶ୍ୟାମ ମାଝୀ, ସୁନିତା ମାଝୀ, ହେମ ମାଝୀ, ଦେବାର ମାଝୀ, ଭୀମ ସେନ ମାଝୀ, ସୁଶାନ୍ତ ମାଝୀ, ରିଙ୍କୁ ମାଝୀ, ଭଗବାନ ମାଝୀ, ଭୋଜ ମାଝୀ, ଗଣ ମାଝୀ,ଗଙ୍ଗା ମାଝୀ, ଦିବାକର, ମାଝୀ, ସୁଦର୍ଶନ ମାଝୀ, କେଶରୀ ମାଝୀ, ଶ୍ରୀୟା ମାଝୀ, ମଧ୍ୟ ଉପସ୍ଥିତ ଥିଲେ।

     ନର୍ଲା ରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow