ସାମାନ୍ୟ ବଚସା ରୁ ଚାଲିଗଲା ମୂଲ୍ୟବାନ୍ ଜୀବନ,

Mar 31, 2025 - 08:08
Mar 31, 2025 - 09:11
 0  294
ସାମାନ୍ୟ ବଚସା ରୁ ଚାଲିଗଲା ମୂଲ୍ୟବାନ୍ ଜୀବନ,

 ନର୍ଲା ଶୁଭମ ବାର୍ତ୍ତା :- ସାମାନ୍ୟ ବଚସା ରୁ ଚାଲିଗଲା ମୂଲ୍ୟବାନ୍ ଜୀବନ ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ସହର ର ରାଜ ରାସ୍ତା କଡ଼ରେ ଥିବା ଏକ ମାଂସ ଦୋକାନ୍ ସମ୍ମୁଖ ରେ। ସୂଚନା ଅନୁସାରେ ନର୍ଲା ଗୌଡ ପଡ଼ା ର କୁନୁ ରାଉତ୍ ନାମକ ୪୦ ବର୍ଷୀୟ ବ୍ୟକ୍ତି ଓ ବଙ୍ଗଳା ପଡ଼ା ର ବୁଲୁ ବିଶୋଇ ,ଦୁଇଜଣ ପୃଥକ୍ ପୃଥକ୍ ଭାବେ ମାଂସ ଦୋକାନ୍ ରେ କାମ କରି ତାଙ୍କ ଗୁଜୁରାଣ ମେଣ୍ଟାଉ ଥିଲେ । ପ୍ରତି ଦିନ ଭଳି ଆଜି ମଧ୍ୟ ପାହାନ୍ତିଆ ସମୟ ରୁ ସେମାନେ ମାଂସ ଦୋକାନ ରେ କାମ କରୁଥିଲେ,ରବିବାର ଥିବାରୁ ଦୋକାନ ଭିଡ଼ ଥିଲା। କୌଣସି କାରଣ ରୁ ଦୁଇ ଜଣଙ୍କ ମଧ୍ୟ ପ୍ରଥମେ କଥା କଟା କଟି ହୋଇ ପରେ ବଚସା ର ଉଗ୍ର ରୂପ ନେଲା ଦୁହେଁ ଦୁହିଁଙ୍କୁ ଠେଲା ପେଲା ହେବା ଭିତରେ କୁନୁ ରାଉତ୍ ନାମକ ବ୍ୟକ୍ତି ପିଚୁ ରାସ୍ତା ଉପରେ ପଡ଼ି ଯିବା ଫଳରେ ତାଙ୍କ ମୁଣ୍ଡପଛ ପଟେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇ ଥିଲା, କିଛି ସମୟ ପରେ ତାକୁ ନର୍ଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇ ଥିଲା ସେଠାରେ ଡାକ୍ତର ତାଂକୁ ମୃତ ଘୋଷଣା କରିଥିଲେ।ପରେ କୁନୁ ରାଉତ୍ ର ମାଁ ନର୍ଲା ଥାନା ର ଦ୍ବାରସ୍ଥ ହେବାରୁ ନର୍ଲା ପୋଲିସ୍ ବୁଲୁ ବିଶୋଇ କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ସେପଟେ କୁନୁ ରାଉତ୍ ର ମୃତ ଦେହ ନର୍ଲା ମେଡିକାଲ୍ ରେ ପଡ଼ି ରହିଛି ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି। ନର୍ଲା ସହର ର ରାସ୍ତା କଡ଼ରେ ଏହି ମାଂସ ଦୋକାନ ଥିବାରୁ ପ୍ରତିଦିନ ଏହି ରାସ୍ତା ଦେଇ ସ୍କୁଲ୍ କୁ ଯାଉ ଥିବା ଛାତ୍ର ଛାତ୍ରୀ ଙ୍କ ନଜର୍ ପଡୁଛି। ସେଥିପାଇଁ ଏହି ରାସ୍ତା କଡ଼ର ମାଂସ ଦୋକାନ ଘୁଂଚେଇ ବାକୁ ସାଧାରଣ ରେ ଦାବୀ ହେଉଛି। 

    ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow