ନର୍ଲା ସହର ରେ ଦିବ୍ୟାଙ୍ଗ ମାନଙ୍କ ପଥପ୍ରାନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ,

Mar 15, 2025 - 07:59
Mar 15, 2025 - 08:00
 0  7
ନର୍ଲା ସହର ରେ ଦିବ୍ୟାଙ୍ଗ ମାନଙ୍କ ପଥପ୍ରାନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ,

 ନର୍ଲା ସହର ରେ ଦିବ୍ୟାଙ୍ଗ ମାନଙ୍କ ପଥପ୍ରାନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ 

ଶୁଭମ ବାର୍ତ୍ତା :- ମଣିଷ ବଞ୍ଚିବାକୁ ହେଲେ କିଛି କର୍ମ କରିବାକୁ ପଡେ କିନ୍ତୁ ଜଣେ ସାଧାରଣ ମଣିଷ ପକ୍ଷରେ ତାହା ସହଜ ହୋଇ ଥିଲେ ମଧ୍ୟ ଦିବ୍ୟାଙ୍ଗ ମଣିଷ ପକ୍ଷରେ ତାହା ଅନେକ କଷ୍ଟସାଧ୍ୟ ହୋଇ ଥାଏ,କିନ୍ତୁ କଳାହାଣ୍ଡି ଜିଲ୍ଲାର ପଣକା ମାଲ୍ ଗ୍ରାମ ର ୧୫ ଜଣ ରୁ ଅଧିକ ଦିବ୍ୟାଙ୍ଗ ଏକତ୍ର ହୋଇ ପଥପ୍ରାନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରି ନିଜ ନିଜ ପରିବାର ପ୍ରତିପୋଷଣ କରୁଥିବା ନଜର କୁ ଆସିଛି।ଗତ କାଲି ସନ୍ଧ୍ୟା ରେ ସେମାନେ ନର୍ଲା ସହର ର ବସଷ୍ଟାଣ୍ଡ ରେ ନିଜ କଳା ମାଧ୍ୟମ ରେ ଅନେକ ଦେଖଣା ହାରୀ ଙ୍କ ମନ ମୋହି ଥିଲେ। ରାସ୍ତା ରେ ଯାଉ ଥିବା ସହୋଦୟ ବ୍ୟକ୍ତି ଏହି ଦିବ୍ୟାଙ୍ଗ ମାନଙ୍କ ଗୀତ ଶୁଣି ଦାନ ବାକ୍ସ ରେ କିଛି ଦାନ କରିଥିବା ଦେଖିବାକୁ ମିଳିଛି।ପ୍ରତିଦିନ ବିଭିନ୍ନ ସ୍ଥାନ କୁ ଯାଇ ଏଭଳି କାର୍ଯ୍ୟକ୍ରମ ମାଧ୍ୟମ ରେ କିଛି ଉପାର୍ଜନ କରି ନିଜ ଆବଶ୍ୟକତା କୁ ପୂରଣ କରି ଥାନ୍ତି, କେବେ ବି ନିରାଶ ନ ହୋଇ ନିଜ କର୍ମ କରିଚାଲିଛନ୍ତି। ବର୍ତ୍ତମାନ ସେମାନେ ଏକ ଅସ୍ଥାୟୀ ଘରେ ନିଜ ସଂଗଠନ କୁ ବଞ୍ଚେଇ ରଖି ଥିବା ବେଳେ ଏକ ସ୍ଥାୟୀ ଗୃହ ପାଇଁ ନୂତନ ସରକାର୍ ଙ୍କ ପାଖରେ ନିବେଦନ କରିଛନ୍ତି । ସରକାର୍ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ଦିବ୍ୟଙ୍ଗ ମାନଙ୍କ ଗୁହରିକୁ ଶୁଣିବାକୁ ସାଧାରଣ ରେ ଚର୍ଚ୍ଚା ହେଉଛି।

    ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow