ଆତ୍ମହତ୍ୟା କଲେ ପ୍ରେମୀଯୁଗଳ ।

Apr 26, 2025 - 12:18
 0  67
ଆତ୍ମହତ୍ୟା କଲେ ପ୍ରେମୀଯୁଗଳ ।

ଆତ୍ମହତ୍ୟା କଲେ ପ୍ରେମୀଯୁଗଳ । 

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗାଁରେ ଥିବା ଗଛରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଗୋଟିଏ ଗାମୁଛାରେ ଝୁଲିପଡିଛନ୍ତି ପ୍ରେମୀଯୁଗଳ ।ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କାଉଡୋଳା ଗାଁର ନୀତେଶ ମୁଣ୍ଡ ଓ ସେହି ଗାଁର ଜଣେ ନାବାଳିକା ଝିଅ, ଦୁହେଁ ଦୁହେଁଙ୍କୁ ଭଲ ପାଉଥିଲେ ।ହେଲେ ଅଲଗା ଜାତିର ହୋଇଥିବା ଯୋଗୁ ପ୍ରେମକୁ ସୀକୃତି ନ ମିଳିବାରୁ ଏଭଳି ପଦକ୍ଷେପ ନେଇଛନ୍ତି । ଗୋଟିଏ ଗାମୁଛାରେ ଫାଶୀ ଲଗାଇ ଝୁଲି ପଡିଲେ ଉଭୟ।କୌଣସି କାମରେ ଗାଁ ଲୋକ ଯାଉଥିବା ବେଳେ ଦେଖିଥିଲେ ମୃତଦେହ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଜବତ କରିଛି । ଏହାସହ ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ପ୍ରାଥମିକ ରିପୋର୍ଟରେ ପରେ ହିଁ ମୃତ୍ୟୁର ସଠିକ କାରଣ ଜଣାପଡିଛି ।

  କଳାହାଣ୍ଡି ରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow