ତରଭୂଜ ଚାଷ ସାଜିଲା ରୋଜଗାର୍ ର ମାଧ୍ୟମ,

ତରଭୂଜ ଚାଷ ସାଜିଲା ରୋଜଗାର୍ ର ମାଧ୍ୟମ,
ଶୁଭମ ବାର୍ତ୍ତା :- ଗାଁ ହେଉ ଅବା ସହର ଖରାଦିନ ଆସିଲେ ବଜାର ସହିତ ରାସ୍ତା କଡ଼ରେ ତରଭୁଜ ବିକ୍ରି ହେଉଥିବା ଦୃଶ୍ୟ ଦେଖିବାକୁ ମିଳେ,ଗ୍ରୀଷ୍ମ ଋତୁ ରେ ତରଭୁଜ ଦେହ ପକ୍ଷେ ହିତକର ବୋଲି ଏହା ସମସ୍ତ ଙ୍କ ର ପ୍ରିୟ ହୋଇ ଥାଏ ଓ ବଜାର ରେ ତାର ସଠିକ୍ ମୂଲ୍ୟ ମଧ୍ୟ ମିଳିଥାଏ। ସେଥିପାଇଁ ଏହି ଚାଷ ନର୍ଲା ବ୍ଲକ୍ ର ଶତାଧିକ ଚାଷୀ ଙ୍କ ର ରୋଜଗାର୍ ର ମାଧ୍ୟମ ସାଜିଥିବା ଦେଖିବାକୁ ମିଳିଛି। ଏହି ବ୍ଲକ୍ ର ମାଣ୍ଡେଲ , ବାଗପୁର୍ ସର୍ଗିଗୁଡ଼ା, କୁର୍ମେଲ୍, ଭିମ୍ କେଲା ପଞ୍ଚାୟତର ପାଖାପାଖି ୧୬୦ ଜଣ ଚାଷୀ ଏହି ଚାଷ କରି ବେଶ୍ ଲାଭବାନ୍ ହୋଇ ଥିବା ନଜର କୁ ଆସିଛି।ଏହି ଚାଷ କରିବା ପାଇଁ ଟାଟା କମ୍ପାନୀ ବିହନ ଓ ଜୈବିକ ସାର ସହିତ ବିଭିନ୍ନ ଆନୁସାଙ୍ଗିକ ଉପକରଣ ରିହାତି ମୂଲ୍ୟ ରେ ଯୋଗାଇ ଦେଇ ଚାଷୀ ଙ୍କୁ ଉତ୍ସାହିତ କରିଥିବା ଫଳରେ ନର୍ଲା ବ୍ଲକ୍ ର ଶତାଧିକ ଚାଷୀ ତରଭୁଜ ଚାଷ କରି ଲାଭବାନ ହୋଇଥିବା ପ୍ରକାଶ କରିଛନ୍ତି।କଳାହାଣ୍ଡି ଜିଲ୍ଲା ରେ ପ୍ରତି ସପ୍ତାହ ରେ ଜଣେ ଦୁଇ ଜଣ ଦାଦନ ଶ୍ରମିକ ଙ୍କ ମୃତ ଦେହ ବାହାର ରାଜ୍ୟ ରୁ ଫେରୁଥିବା ବେଳେ ଉକ୍ତ ତରଭୁଜ ଚାଷୀ ଙ୍କ ଏଭଳି ପ୍ରୟାସ କଳାହାଣ୍ଡି ରୁ ଦାଦନ ଖଟିବାକୁ ଯାଉଥିବା ଲୋକଙ୍କ ଙ୍କୁ ଏକ ବାର୍ତ୍ତା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






