ସଡକ ଦୁର୍ଘଟଣା ରେ ବାଇକ୍ ଚାଳକ ମୃତ,

May 4, 2025 - 13:48
May 4, 2025 - 13:54
 0  367
ସଡକ ଦୁର୍ଘଟଣା ରେ ବାଇକ୍ ଚାଳକ ମୃତ,

 ସଡକ ଦୁର୍ଘଟଣା ରେ ବାଇକ୍ ଚାଳକ ମୃତ,

ଶୁଭମ ବାର୍ତ୍ତା :-ଶନିବାର ଦିନ ୧୨ଟା ସମୟରେ ଭବାନୀପାଟଣା ସହର ରୁ କେସିଙ୍ଗା ଯାଉଥିବା ୨୬ ନମ୍ବର୍ ଜାତୀୟ ରାଜପଥର ଲାଲ୍ ପୁଲିଆ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି।OD 08U - 7282 ନମ୍ବର୍ ବିଶିଷ୍ଟ ଏକ ପିକଅପ୍ ଭେନ୍ ଭବାନୀପାଟଣା ରୁ କେସିଙ୍ଗା ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ 0D 08K_9223 ନମ୍ବର୍ ବିଶିଷ୍ଟ ଏକ ବାଇକ୍ ସହିତ ଧକ୍କା ହେବା ଫଳରେ ବାଇକ୍ ଚାଳକ ର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି।ମୃତକ ଜଣକ ସଦର ବ୍ଲକ୍ ଅନ୍ତର୍ଗତ ଚହଗାଁ ବାସିନ୍ଦା ରଜନୀ ସା ଙ୍କ ଏକ ମାତ୍ର ପୁତ୍ର ଭବାନୀ ଶଙ୍କର ସା ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ଭବାନୀପାଟଣା ପୋଲିସ୍ ପହଞ୍ଚି ତଦନ୍ତ କରିବା ସହିତ ମୃତଦେହ କୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରିଛି। ମୃତ ବ୍ୟକ୍ତି ଙ୍କ ବୟସ ମାତ୍ର ୨୩ ବର୍ଷ ହୋଇ ଥିବା ବେଳେ ସେ ଗତବର୍ଷ ବିବାହ କରିଥିଲେ। ଗାଁ ରେ ଶୋକାକୁଳ ପରିବେଶ ମଧ୍ୟରେ ତେଲ ନଦୀ କୁଳ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

     କଳାହାଣ୍ଡି ରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow