ଡିଫାଇନ କଳାହାଣ୍ଡିର ବିଶାଳ ମୋଟର ବାଇକ ରାଲି।

Apr 12, 2025 - 12:10
 0  49
ଡିଫାଇନ କଳାହାଣ୍ଡିର ବିଶାଳ ମୋଟର ବାଇକ ରାଲି।

ଡିଫାଇନ କଳାହାଣ୍ଡିର ବିଶାଳ ମୋଟର ବାଇକ ରାଲି।

ମୁଁ ହାତ ଛାଡ଼ିବା ଲୋକ ନୁହେଁ, ସବୁବେଳେ, ସବୁସମୟରେ ଆପଣଙ୍କ ସାଥିରେ ଅଛି- ମଧୁ ମହାନ୍ତି,

ଶୁଭମ ବାର୍ତ୍ତା :- _ଭବାନୀପାଟଣା,୧୧।୪ : କଳାହାଣ୍ଡିରେ ସମସ୍ୟା ହିଁ ସମସ୍ୟା।ଯେମିତି ଦାଦନ ସମସ୍ୟା ପ୍ରମୁଖ ହୋଇଥିବାବେଳେ ବେରୋଜଗାରୀ, ଯୁବକ ଯୁବତୀ ପାଠପଢ଼ୀ ବେକାରୀ, ମଦ ଯୋଗୁଁ ପରିବାର ଉଜୁଡି ଯାଉଛି, ପରିବାରର ମୁଖ୍ୟ ଯାହା ରୋଜଗାର କରୁଛି ତାହା ମଦପିଇ ସାରି ଦେଉଛି। ଜିଲ୍ଲାରେ ଚାଷୀଙ୍କ ସମସ୍ୟା ନ କହିବା ଭଲ।ଜିଲ୍ଲାରେ ଖଣି ଭରପୁର ଥିବାବେଳେ ବହୁ ରାଷ୍ଟ୍ରୀୟ କମ୍ପାନୀ ଖଣି ଖନନ କରି ମାଲାମାଲ ହେଉଛନ୍ତି।ହେଲେ କଳାହାଣ୍ଡିର ବିକାଶ ଓ ଉନ୍ନତି ସେ ଅନୁସାରେ ହୋଇପାରୁ ନାହିଁ। କଳାହାଣ୍ଡି ଜିଲ୍ଲାରେ ସବୁକିଛି ଥାଇ ଆଜି ମା’ ମାନଙ୍କ ଆଖିରେ ମୁଁ ନିରାଶ ହେବାର ଦେଖିଛି। ଛାତ୍ର ଜୀବନରେ ଯେଉଁ କଳାହାଣ୍ଡିକୁ ଦେଖୁଥିଲି ଆଜି ମଧ୍ୟ ସେମିତି ରହିଛି, କୈାଣସି ପରିବର୍ତ୍ତନ ହୋଇନାହିଁ।‌ ଆଜି କଳାହାଣ୍ଡି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଶିଳ୍ପ ସବୁ କ୍ଷେତ୍ରରେ ପଛକୁ ରହି ଯାଇଛି। ନାରୀ ମାନେ ଆଗକୁ ଆସିବାର ସମୟ ଆସିଛି। ନାରୀଶକ୍ତି ଏକ ଏମିତି ଶକ୍ତି ସବୁ କ୍ଷେତ୍ରରେ ପରିବର୍ତ୍ତନ ଆଣି ପାରିବ। ଆଜି କଳାହାଣ୍ଡିରେ ଭଙ୍ଗା ଚାଲ ଛପର ରହିଛି, ଲୋକଙ୍କ ପରିବର୍ତ୍ତନ ହୋଇପାରୁ ନାହିଁ, କଳାହାଣ୍ଡିକୁ ପରିବର୍ତ୍ତନ କରିବା ପାଇଁ ଆପଣଙ୍କ ସହଯୋଗ ଅନିବାର୍ଯ୍ୟ ବୋଲି ଆଜି ଡିଫାଇନ କଳାହାଣ୍ଡିର ମୁଖ୍ୟ ମଧୁ ମହାନ୍ତି ଭବାନିପାଟଣା ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଡିଫାଇନ କଳାହାଣ୍ଡିର କଳାହାଣ୍ଡି ବଞ୍ଚାଓ ସମାବେଶରେ ଯୋଗଦେଇ ଯୋରଦାର ଗର୍ଜିବା ସହ ଜଳ, ଜଙ୍ଗଲ ଓ ଜମିକୁ ବଞ୍ଚାଇବା ପାଇଁ ଜୀବନ ଥିବା ଯାଏଁ ସଂଗ୍ରହ ଜାରି ରହିବ ବୋଲି ମତ ପ୍ରକାଶ କରିଛନ୍ତି। ସଭା ଆରମ୍ଭ ପୂର୍ବରୁ ସ୍ଥାନୀୟ କଲେଜ ଛକରୁ ଏକ ବାଇକ୍ ଶୋଭାଯାତ୍ରା ବାହାରିଥିଲା। ମାଣିକେଶ୍ବରୀ ଛକ, ଷ୍ଟେଚୁ ଛକ, ମାଣିକେଶ୍ବରୀ ମନ୍ଦିର, ଜଗନ୍ନାଥ ମନ୍ଦିର, ସତ୍ୟ ସାଇ ସ୍କୁଲ ଛକ (ଘୋଡ଼ା ଘାଟ ଛକ) ଭାଗିରଥି ଇନ୍ ହୋଟେଲ, ଏମ୍ଏସ୍ଏ ଛକ ଦେଇ ବିଜୁ କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲେ। ଏହି ଶୋଭାଯାତ୍ରାରେ ଡେଢ ହଜାରରୁ ଊର୍ଦ୍ଧ୍ଵ ବାଇକ୍ ସାମିଲ ହୋଇଥିବାବେଳେ ଅଞ୍ଚଳର ୫ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କ ସମାଗମ ହୋଇଥିଲା। ଏହି କ୍ରମରେ ଅନେକ ଅଞ୍ଚଳରୁ ନୂତନ ସଦସ୍ୟ ଡିଫାଇନ କଳାହାଣ୍ଡି ସଂଗଠନରେ ଯୋଡ଼ି ହୋଇଥିବା ବେଳେ ସଂଗଠନର ମୁଖ୍ୟ ଶ୍ରୀ ମହାନ୍ତି ସେମାନଙ୍କୁ ସ୍ଵାଗତ କରିଥିଲେ। ଡିଫାଇନ କଳାହାଣ୍ଡିର ସଂଯୋଜକ ଜୟନ୍ତ ନାଏକ ସଭା ପରିଚାଳନା କରିଥିଲେ।

      କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow