ମଦନପୁର ରାମପୁର ଠାରେ ସନ୍ଥ କବି ଭୀମ ଭୋଇ ଙ୍କ ଜନ୍ମ ଜୟନ୍ତୀ ପାଳିତ,

ଶୁଭମ ବାର୍ତ୍ତା :- ଓଡ଼ିଆ ଭାଷା ସାହିତ୍ୟକୁ ବଞ୍ଚେଇ ରଖିବାର ମାଇଲ୍ ଖୁଣ୍ଟ ସଦୃଶ୍ୟ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ପରିଚାଳିତ କଳାହାଣ୍ଡିର ଏକ ଅଗ୍ରଣୀ ଅନୁଷ୍ଠାନ୍ ହେଉଛି ମଦନପୁର୍ ରାମ୍ ପୁର୍ ସହର ରେ ଥିବା ଯୁଗଯାତ୍ରୀ ସାହିତ୍ୟ ସଂସଦ ଏହି ସାହିତ୍ୟ ସଂସଦ ର ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ ଅବସରରେ ପବିତ୍ର ସନ୍ଥ କବି ଭୀମ ଭୋଇଙ୍କ ଜନ୍ମ ଜୟନ୍ତୀ ପାଳନ କରିବା ସହିତ ତାଙ୍କ ସ୍ମୃତି ରେ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି । ସଂସଦ ର ସଭାପତି ପଦ୍ମ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବରେ ଡ. କୌତୁକ ପନ୍ଦର ଭୀମ ଭୋଇଙ୍କ ସାହିତ୍ୟିକ ଦିଗ ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଭାଵରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରଜନୀକାନ୍ତ ମହାଖୁଡ଼ ସନ୍ଥକବିଙ୍କ ଜନ୍ମ ଜୟନ୍ତୀର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସଂସଦ ର ସମ୍ପାଦକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଅ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଲୋକ ନାଟ କଳାକାର୍ ବନମାଳୀ ଦଣ୍ଡସେନା ଙ୍କୁ ଅତିଥି ମାନଙ୍କ ଦ୍ଵାରା ସ୍ବର୍ଗତ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଙ୍କ ସ୍ମୃତି ରେ ଶୈଳଶ୍ରୀ ସମ୍ମାନ ରେ ସମ୍ମାନୀତ କରାଯାଇଥିଲା । ଅ ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ର ମୁଖ୍ୟ ସମ୍ପାଦକ ତପନ କୁମାର ସାହୁ, ସହ ସମ୍ପାଦକ କାହ୍ନୁ ଚରଣ ସାହୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି ଅବସର ରେ ଆୟୋଜିତ ଜିଲ୍ଲା ସ୍ତରୀୟ କବିତା ଆସର ଟି କୁ ଅତି ସୁନ୍ଦର ଭାବରେ ଡ. ବିଭୂତି ଭୂଷଣ ପଧାନ ଓ କବି ସୁଶ୍ରୀ ଝରଣା ସାହୁ ପରିଚାଳନା କରି ସମସ୍ତ କବି ଙ୍କୁ ଆସରରେ ବାନ୍ଧି ରଖିଥିଲେ । ଜିଲ୍ଲା ର ବିଭିନ୍ନ ପ୍ରାନ୍ତ ରୁ ପ୍ରାୟ ତିରିଶ ଜଣ କବି ନିଜ ନିଜ କବିତା ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ କବି କବୟିତ୍ରୀ ଏବଂ ରାମପୁର୍ ସହର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇ ସାହିତ୍ୟ ସନ୍ଧ୍ୟାକୁ ବେଶ୍ ଆବେଗମୟ କରିବାରେ ସହଯୋଗ କରିଥିଲେ । ଯୁବ କବିୟତ୍ରି ସୁଶ୍ରୀ ଝରଣା ସାହୁ ଙ୍କ କୋଶଳୀ କବିତା "ଵିହା" ଉପସ୍ଥିତ କବି ଓ ଦର୍ଶକ ଙ୍କ ମନ ମୁଗ୍ଧ କରିଥିଲା।ପରିଶେଷରେ ପବନ କୁମାର୍ ମହାଳିକ୍ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ବରିଷ୍ଟ ସଦସ୍ୟ ଉଦୟ ନାୟକ୍, ପରମାନନ୍ଦ ବିଶି, ଓ ମାନସ ରଞ୍ଜନ ପ୍ରହରାଜ୍ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସାଫଲ୍ୟ ମଣ୍ଡିତ ହୋଇ ଥିଲା।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






