ମୁଣ୍ଡାଗାଁ ରେ ଆମ୍ବେଦକର ଜୟନ୍ତୀ ପାଳିତ

ମୁଣ୍ଡାଗାଁ ରେ ଆମ୍ବେଦକର ଜୟନ୍ତୀ ପାଳିତ,
ଶୁଭମ ବାର୍ତ୍ତା :- ଆଜି ତା ୨୮. ୦୪. ୨୦୨୫ ଦିନ ଅଲ ଓଡିଶା ସିଡୁଲ କାଷ୍ଟ ଫେଡେରେସନ ଓ ଡ଼. ଭୀମ ରାଓ ଆମ୍ବେଦକର କ୍ଲବ ମୁଣ୍ଡାଗାଁ ର ମିଳିତ ସହଯୋଗରେ ବିଶ୍ୱରତ୍ନ ବାବା ସାହେବ ଡ଼. ଭୀମରାଓ ଆମ୍ବେଦକର ଙ୍କର ୧୩୪ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳନ କରାଗଲା l କାର୍ଯ୍ୟକ୍ରମ ଟି ଆମ୍ବେଦକର କ୍ଲବ ର ସଭାପତି ବିଭୁତି ଭୂଷଣ ତାଣ୍ଡି ଙ୍କ ସଭାପତିତ୍ବ ରେ ପରିଚାଳିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କମର୍ଦ୍ଧା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁଶୀଳା ନାଏକ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ AOSCF ଜିଲ୍ଲା ସଭାପତି ଧନଞ୍ଜୟ ଦୀପ ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ହରିଶ୍ଚନ୍ଦ୍ର ବୁଦ୍ଧିଆ, AOSCF ର କୋଷାଧକ୍ଷ ବିଜୟ ରାଜ ଶିଖା,AOSCF ସାମାଜିକ ଉପମୁଖ୍ୟ ଗିରିଜା ବେହେରା, AOSCF କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା,AOSCF ନର୍ଲା ଶାଖା ସଭାପତି ରଘୁବର ଦୀପ, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ସର୍ବେଶ୍ୱର ମାଝୀ ପ୍ରମୁଖ ଯୋଗଦେଇଥିଲେ I ସମାଜର ଉନ୍ନତି ପାଇଁ ସମାନତା, ଏକତା ଓ ଭାଇଚାରା ର ଆବଶ୍ୟକତା ଅଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ l ସମାଜ ଓ ଦେଶର ଉନ୍ନତିରେ ଜାତିପ୍ରଥା ଏକ ବ୍ୟାଧି ବୋଲି ପ୍ରକାଶ କରିଥିଲେ l ବ୍ରତ, ପୂଜା,ଉପାସନା କୁ ଗୁରୁତ୍ୱ ନ ଦେଇ ଶିକ୍ଷିତ, ସଂଗଠିତ ହୋଇ ସଂଘର୍ଷ କରିବାକୁ ଅତିଥି ମାନେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ଶିକ୍ଷକ କୁନୁ ହିଆଲ, ଭାଗିରଥି ତାଣ୍ଡି, ସତ୍ୟାନନ୍ଦ ବେରୁକ ତଥା ସ୍ୱାସ୍ଥ୍ୟ କର୍ମୀ ସ୍ବର୍ଣ୍ଣକତା ବେନୁଆଙ୍କୁ ସମ୍ମାନିତ କରାଯାଇଥିଲା l ବାବା ସାହେବ ଡ଼. ଭୀମରାଓ ଆମ୍ବେଦକର ଙ୍କ ଉପରେ ଆଧାରିତ ବକ୍ତୃତା, ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମ ଟିକୁ ଶିକ୍ଷକ ଓ ସମାଜସେବୀ ବିଭୁତି ଭୂଷଣ ତାଣ୍ଡି ମଞ୍ଚ ପରିଚାଳନା କରିଥିବାବେଳେ ଶ୍ରୀଯୁକ୍ତ ଅର୍ଜୁନ ବେନୁଆ ଧନ୍ୟବାଦ ଅର୍ପଣ କରିଥିଲେ l
ନର୍ଲା ରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






