ପୋଖରୀ ରେ ବୁଡି ୪୫ ବର୍ଷ ବୟସ୍କ ବ୍ୟକ୍ତି ଙ୍କ ମୃତ୍ୟୁ, ପରିବାର ରେ ଶୋକ ର ଛାୟା,

Apr 30, 2025 - 11:17
Apr 30, 2025 - 11:21
 0  234
ପୋଖରୀ ରେ ବୁଡି ୪୫ ବର୍ଷ ବୟସ୍କ ବ୍ୟକ୍ତି ଙ୍କ ମୃତ୍ୟୁ, ପରିବାର ରେ ଶୋକ ର ଛାୟା,

 ପୋଖରୀ ରେ ବୁଡି ୪୫ ବର୍ଷ ବୟସ୍କ ବ୍ୟକ୍ତି ଙ୍କ ମୃତ୍ୟୁ, ପରିବାର ରେ ଶୋକ ର ଛାୟା,

ନର୍ଲା ଶୁଭମ ବାର୍ତ୍ତା :- ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ ଶିବମନ୍ଦିର ପାଖରେ ଥିବା ପୋଖରୀ ରେ।ସୂଚନା ଅନୁସାରେ ନର୍ଲା ରୋଡ ର ନିର୍ମଳ ସାହୁ ନାମକ ବ୍ୟକ୍ତି ଗତ କାଲି ଦିନ ଗୋଟାଏ ସମୟରେ ପୋଖରୀ କୁ ଗାଧୋଇବାକୁ ଯାଇଥିଲେ କିନ୍ତୁ ତିନି ଘଣ୍ଟା ପରେ ମଧ୍ୟ ଘରକୁ ନ ଫେରିବାରୁ ଘର ଲୋକେ ଚିନ୍ତିତ ହୋଇ ଖୋଜିବା ପାଇଁ ପୋଖରୀ କୂଳକୁ ଯାଇ ଥିଲେ। ପୋଖରୀ କୂଳ ରେ ଉକ୍ତ ବ୍ୟକ୍ତି ଙ୍କ ସାଇକଲ, ପ୍ୟାଣ୍ଟ୍ ସାର୍ଟ ଓ ଚପଲ ପଡ଼ିଥିବା ଦେଖି ପରିବାର ଓ ସାଙ୍ଗସାଥୀ ପାଣି ଭିତରେ ଖୋଜି ମଧ୍ୟ ନିରାଶ ହୋଇ ଦମକଳ ବାହିନୀ କୁ ସୂଚନା ଦେଇଥିଲେ। ଦମକଳ ବାହିନୀ ତୁରନ୍ତ ପହଞ୍ଚି ଦୁଇ ଘଣ୍ଟା ଖୋଜି ବା ପରେ ରାତି ହେବାରୁ ବିରତି ନେଇ ଆଜି ସକାଳୁ ପୁଣି ଖୋଜିବା ପରେ ଉକ୍ତ ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର କରିଛି। ଘଟଣା ସ୍ଥଳରେ ନର୍ଲା ପୋଲିସ୍ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ପାଇଁ ବ୍ୟବସ୍ଥା କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

    ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow