ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ଓଡିଶା ଦିବସ ପାଳିତ,

Apr 2, 2025 - 05:38
 0  69
ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ଓଡିଶା ଦିବସ ପାଳିତ,

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ଓଡିଶା ଦିବସ ପାଳିତ

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ର ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ଓଡିଶା ଦିବସ ପାଳିତ ହୋଇଯାଇଛି | ଏପ୍ରିଲ ପହିଲା ହେଉଛି ଓଡ଼ିଆ ମାନଙ୍କ ଗର୍ବ ଓ ଗୌରବର ଦିବସ | ଓଡିଶା ର ଶେଷରାଜା ମୁକୁନ୍ଦ ଦେବ ଙ୍କ ମୃତ୍ୟୁପରେ ଓଡ଼ିଶାର ସୀମା ଖଣ୍ଡ ବିଖଣ୍ଡିତ ହୋଇ ପଡୋଶୀ ରାଜ୍ୟ ମାନଙ୍କ ସହ ମିଶିଗଲା | ଉତ୍କଳ ପ୍ରଦେଶ ଏକତ୍ରିକରଣ ପାଇଁ ଯୋଗଜନ୍ମା ମନୀଷୀ ଗଣ ଆପ୍ରାଣ ଉଦ୍ୟମ କରିଥିଲେ ଓ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ବ୍ୟକ୍ତି ଥିଲେ ଉତ୍କଳ ଗୌରବ ମଧୁସୂଦନ, ପାରଳାଖେମୁଣ୍ଡି ରାଜା କୃଷ୍ଣଚନ୍ଦ୍ର ଦେବ, ଖଲ୍ଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଧରାଜ, ଉତ୍କଳମଣି ଗୋପବନ୍ଧୁ ଦାସ ସମେତ ଅନେକ ଓଡିଶାର ବରପୁତ୍ରଙ୍କୁ ମନେ ପକାଇବା ଦିବସ ଓ ତାଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ସହ ଛାତ୍ରସମାଜ ଓ ଯୁବକ ଗୋଷ୍ଠୀ ଦେଶ ଓ ଓଡ଼ିଆ ଜାତି ଉନ୍ନତି ପାଇଁ ସଂକଳ୍ପବଦ୍ଧ ହେବା ପାଇଁ ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼ ଶିବରାମ ନାୟକ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଆହ୍ୱାନ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ |ଶିକ୍ଷୟିତ୍ରୀ ସାଧନା ପ୍ରଧାନ, ଚଦ୍ରପ୍ରଭା ମିଶ୍ର, ସରିତା ବାଗେଲ, ବୃଷବ ଦାସ ସହଯୋଗ କରିଥିବା ବେଳେ ଶିକ୍ଷକ ସମ୍ପଦ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ |

    ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow