ଉଦ୍ ଜାପିତ ହେଲା ନର୍ଲା ରୋଡ ରେଳବାଇ କ୍ରିକେଟ୍ କ୍ଲବ୍ ଦ୍ଵାରା ଆୟୋଜିତ ଟି ୧୦ କ୍ରିକେଟ୍ ଟୁନାମେଣ୍ଟ,

ଉଦ୍ ଜାପିତ ହେଲା ନର୍ଲା ରୋଡ ରେଳବାଇ କ୍ରିକେଟ୍ କ୍ଲବ୍ ଦ୍ଵାରା ଆୟୋଜିତ ଟି ୧୦ କ୍ରିକେଟ୍ ଟୁନାମେଣ୍ଟ,
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ ସ୍ଥିତ ରେଳବାଇ କ୍ରିକେଟ୍ କ୍ଲବ୍ ପକ୍ଷରୁ ଆୟୋଜିତ ହୋଇଥିବା କ୍ରିକେଟ୍ ଟୁନା ମେଣ୍ଟ ଆଜି ଉଦଯାପିତ ହୋଇ ଯାଇଛି। ଗତ ମାସ ୨୬ ତାରିଖ ରୁ ଆରମ୍ଭ ହୋଇ ଥିବା ଏହି କ୍ରିକେଟ୍ ଟୁନା ମେଣ୍ଟ ରେ ନର୍ଲା ବ୍ଲକ୍ ର ୨୬ ଟି ଦଳ ଅଂଶ ଗ୍ରହଣ କରିଥିଲେ। ପ୍ରତିଦିନ ଦୁଇଟି ଲେଖାଏଁ ମ୍ୟାଚ୍ ଅନୁଷ୍ଟିତ ହେଉ ଥିବା ବେଳେ ଆଜି ଫାଇନାଲ ମ୍ୟାଚ୍ ନର୍ଲା ରୋଡ ରେଳବାଇ ଦଳ ଓ ରୁପ୍ରା ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା। ଉକ୍ତ ମ୍ୟାଚ୍ ରେ ରୁପ୍ରା ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭର ରେ ୮୦ ରନ୍ କରି ଥିବା ବେଳ ନର୍ଲା ରୋଡ ରେଳବାଇ ଦଳ ୭ ଓଭର୍ ୩ ବଲ୍ ରେ ୮୧ ରନ୍ କରି ରୁପ୍ରା ଦଳ କୁ ପରାସ୍ତ କରି ଥିଲା । ଏହି ଉଦ୍ ଯାପନି ସମାରୋହ ର ମୁଖ୍ୟ ଅତିଥି ରୂପେ ନର୍ଲା ବ୍ଲକ୍ ଅଧକ୍ଷ ଦୁର୍ଗା ପ୍ରସାଦ ପ୍ରସାଦ ମହାନ୍ତି ଯୋଗ ଦେଇ ଥିବା ବେଳେ ସମ୍ମାନିତ ଆତିଥି ଭାବରେ ରାଷ୍ଟ୍ରପତି ଙ୍କ ଦ୍ଵାରା ସମ୍ମାନିତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର, ବଡ଼ ଖବର ନର୍ଲା ସାମ୍ବାଦିକ ଜଗତ ରାମ୍ ସାହୁ, ଅର୍ଗସ୍ ନର୍ଲା ସାମ୍ବାଦିକ ନୀଳକଣ୍ଠ ବେହେରା,ନର୍ଲା ସାମ୍ବାଦିକ ସଂଘ ଓ ଜେ ୟୁ ଶାଖା ର ସଭାପତି ଚିନ୍ତାମଣି ନାଏକ୍, ସନ୍ତୋଷ ପାତ୍ର, ଏଡ୍ ଭୋକେଟ୍ ଦୀପକ୍ ସାହୁ ଲିଙ୍ଗରାଜ ମିଶ୍ର, ରଞ୍ଜନ ମହାନ୍ତି, କୈଳାଶ ଅଗ୍ରୱାଲ,ବସନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ ଥିଲେ। ଏହି ଖେଳ ର ବିଜେତା ଦଳ କୁ ଟ୍ରଫି ସହିତ ୩୦୦୦୦ ଟଙ୍କା ର ଚେକ୍ ପ୍ରଦାନ୍ କରାଯାଇ ଥିବା ବେଳେ ରନର୍ସ ଅଫ୍ ଦଳ କୁ ୧୫ ହଜାର ଟଙ୍କା ର ଚେକ୍ ପ୍ରଦାନ୍ କରାଯାଇ ଥିଲା। ଉକ୍ତ ଖେଳ କୁ ୟୂ ଟ୍ୟୁବ୍ ଚେନ୍ନାଲ୍ ମାଧ୍ୟମ ରେ ସିଧା ପ୍ରସାରଣ ମଧ୍ୟ କରାଯାଇ ଥିଲା।ନର୍ଲା ରୋଡ ରେଳବାଇ କ୍ରିକେଟ୍ କ୍ଳବ୍ ପକ୍ଷରୁ ଆୟୋଜିତ ଉକ୍ତ ଟୁନା ମେଣ୍ଟ ର ଆୟୋଜନ କୁ ଉପସ୍ଥିତ ଦର୍ଶକ ଙ୍କ ସହିତ ସମସ୍ତ ଅତିଥି ଭୂରି ଭୂରି ପ୍ରଶଂସା କରିଥିଲେ।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା
What's Your Reaction?






