ଫସଲ ନଷ୍ଟ କଲା ବୋଲି ଗାଈ କୁ ଗୁଳି ମାରିଲା ମଣିଷ

Jun 26, 2025 - 19:46
Jun 27, 2025 - 11:43
 0  352
ଫସଲ ନଷ୍ଟ କଲା ବୋଲି ଗାଈ କୁ ଗୁଳି ମାରିଲା ମଣିଷ

ଫସଲ ନଷ୍ଟ କଲା ବୋଲି ଗାଈ କୁ ଗୁଳି ମାରିଲା ଚାଷୀ

 ଶୁଭମ ବାର୍ତ୍ତା:  ନର୍ଲା :- ଧୀରେ ଧୀରେ ମାନବିକତା ଭୁଲି ଯାଉଛି ମଣିଷ, ଫସଲ ନଷ୍ଟ କଲା ବୋଲି ଗାଈ କୁ ଗୁଳି ମାରିବା ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ସହରର ଗଉଡ଼ ପଡ଼ା ରେ । ସୂଚନା ଅନୁସାରେ ନର୍ଲା ଗଉଡ ପଡ଼ାର କିଛି ଚାଷୀଙ୍କ ଗାଈ ଚରିବାକୁ ନିକଟସ୍ଥ ଚାଷ ଜମି କୁ ଯାଇଥିଲେ ଉକ୍ତ ଚାଷ ଜମି ର ମାଲିକ ମାଣ୍ଡେଲ୍ ପଞ୍ଚାୟତ ର ପୂଜି ପଦର୍ ଗାଁର  ହୋଇ ଥିବା ବେଳେ ସେ କିଛି ଦିନ ହେଲା ଧାନ ବୁଣିସାରି ଥିଲେ,ସେହି ଧାନ ଗଜା ହେଉଥିବାରୁ ତାକୁ ଜଗିବାକୁ ସେ ଏକ ଚଢ଼େଇ ମରା ବନ୍ଧୁକ ଧରି ବୁଲୁଥିବା ବେଳେ ଗାଈ ପଲ ଗଜାଧାନ ମାଡ଼ିବା ଭୟରେ ଚାରି ରୁ ପାଞ୍ଚ ଟି ଗାଈ କୁ ଗୁଳି ମାରିବା ଥିବା ଅଭିଯୋଗ କରିଛନ୍ତି ନର୍ଲା ଗଉଡ ପଡ଼ାବାସୀ ଉକ୍ତ ଘଟଣା କୁ ନେଇ ସେମାନେ ନର୍ଲା ଥାନା ରେ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି ।

   ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow