ବାଙ୍କେଲ ରେଳ ଫାଟକ ନିକଟସ୍ଥ ଖଲିଆ କଟା ନାଲା ରେ ଅଜଣା ଗଳିତ ଶବ,

May 24, 2025 - 13:09
May 24, 2025 - 14:29
 0  301
ବାଙ୍କେଲ ରେଳ ଫାଟକ ନିକଟସ୍ଥ ଖଲିଆ କଟା ନାଲା ରେ ଅଜଣା ଗଳିତ ଶବ,

ବାଙ୍କେଲ ରେଳ ଫାଟକ ନିକଟସ୍ଥ ଖଲିଆ କଟା ନାଲା ରେ ଅଜଣା ଗଳିତ ଶବ 

ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ବଙ୍କେଲ୍ ରେଳ ଫାଟକ ନିକଟସ୍ଥ ଖଲିଆ କଟା ନାଳର ସର୍ପ୍ଲାଷ ତଳେ ଏକ ଅଜଣା ଗଲିତ ଶବ ପଡ଼ିଥିବା ଦେଖି ବାକୁ ମିଳିଛି। ସୂଚନା ଅନୁସାରେ ଉକ୍ତ ଅଞ୍ଚଳ ର ଚାଷୀ ବିଲ କୁ ଯାଇଥିବା ସମୟରେ ଦୁର୍ଗନ୍ଧ ହେବାରୁ ଦେଖିବା ପରେ ମଣିଷ ଶବ ବୋଲି ଜାଣି ଥିଲେ କିନ୍ତୁ ଭୟରେ ପୋଲିସ୍ କୁ ସୂଚନା ନ ଦେଇ ସାମ୍ବାଦିକ ମାନଙ୍କୁ ଜଣାଇ ଥିଲେ ।ପ୍ରଥମେ ସାମ୍ବାଦିକ ମାନେ ଭିଡିଓ ଚିତ୍ର ଉତ୍ତୋଲୋନ କରି ନର୍ଲା ପୋଲିସ୍ କୁ ସୂଚନା ଦେବାପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ କୁ ଡାକିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ପଡ଼ିଥିବା ଉକ୍ତ ଶବ ର ମୁଣ୍ଡ ନ ଥିବା ବେଳେ ଏହା ହତ୍ୟା ନା ଆଉ କିଛି ତାହା ଅଧିକ ତଦନ୍ତ ପରେ  ଜଣାପଡ଼ିବ।

   ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା 

.

What's Your Reaction?

like

dislike

love

funny

angry

sad

wow