ନର୍ଲା ରେ ଆନନ୍ଦ ଉଲ୍ଲାସ ର ସହିତ ସମ୍ପନ୍ନ ହେଲା ବାହୁଡା଼ ଯାତ୍ରା

ନର୍ଲା ରେ ଆନନ୍ଦ ଉଲ୍ଲାସ ର ସହିତ ସମ୍ପନ୍ନ ହେଲା ବାହୁଡା଼ ଯାତ୍ରା
ନର୍ଲା ଶୁଭମ ବାର୍ତ୍ତା :- ପ୍ରତି ବର୍ଷ ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ଆସିଲେ ଓଡ଼ିଆ ଙ୍କ ଆରାଧ୍ୟ ଠାକୁର ଜଗନ୍ନାଥଙ୍କ ରଥଯାତ୍ରାହୋଇ ଥାଏ ,ସେଥିପାଇଁ ଗାଁ ହେଉ ଅବା ସହର,ଦେଶ ହେଉ ଅବା ବିଦେଶ ସବୁଠି ପରିବେଶ ଜଗନ୍ନାଥ ମୟ ହୋଇ ଉଠେ। ବର୍ଷ ସାରା ମନ୍ଦିର ଭିତରେ ରହି ଭକ୍ତଙ୍କୁ ଦର୍ଶନ ଦେଉଥିବା ଠାକୁର ଏହି ଯାତ୍ରା ରେ ମନ୍ଦିର ରୁ ବାହାରି ଖୋଲା ଆକାଶ ତଳେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଓ ସୁସଜ୍ଜିତ ରଥ ରେ ବସି ବଡ଼ ଭାଇ ଓ ଭଉଣୀଙ୍କ ସାଥିରେ ମାଉସୀ ଘରକୁ ଯାଇଥାନ୍ତି । ନଅ ଦିନ ମାଉସୀ ଘରେ ଆତିଥି ଗ୍ରହଣ ପରେ ଶ୍ରୀମନ୍ଦିର କୁ ଫେରିବା ଯାତ୍ରା କୁ ବାହୁଡା଼ ଯାତ୍ରା ବୋଲି କୁହାଯାଏ। ଚଳିତ ବର୍ଷ ନର୍ଲା ସହରରେ ହେଉ ଥିବା ବାହୁଡା଼ ଯାତ୍ରା ମଧ୍ୟ ଆନନ୍ଦ ଉଲ୍ଲାସର ସହିତ ସମାପନ ହୋଇ ଯାଇଛି। ମାଉସୀ ଘର ପକ୍ଷରୁ ସୁକାନ୍ତ ଚାନ୍ଦ୍ ଓ ତାଙ୍କ ସହଧର୍ମିଣୀ ଙ୍କ ସହିତ ସପରିବାରର ସମସ୍ତେ ତିନି ଠାକୁର ଙ୍କୁ ମେଲାଣି ଦେବା ପରେ ସନ୍ଧ୍ୟା ଚାରିଟା ସମୟରେ ପହଣ୍ଡି ଓ ଛେରା ପହରା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ହଜାର୍ ହଜାର୍ ଶ୍ରଦ୍ଧାଳୁ, ଘଣ୍ଟନାଦ ଓ ନାମ ସଙ୍କୀର୍ତ୍ତନ ସହିତ ତିନି ଠାକୁର ରଥରେ ବସାଇ ଶ୍ରୀମନ୍ଦିର ଅଭିମୁଖେ ବାହାରି ଥିଲେ।ସକାଳୁ ବର୍ଷା ହୋଇ ଥିଲେ ମଧ୍ୟ ଠିକ୍ ସମୟରେ ଇନ୍ଦ୍ରଦେବଙ୍କ କୃପାରୁ ବର୍ଷା ଉଭେଇ ଜିବାରୁ ନର୍ଲା ରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ନର୍ଲା ପୋଲିସ୍ ର ସହଯୋଗ ରେ ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହେଲା ବିଶ୍ଵବିଧାତା ଙ୍କ ବାହୁଡା଼ ଯାତ୍ରା।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






