ନର୍ଲା ଜବାହାର୍ ନବୋଦୟ ବିଦ୍ୟାଳୟ କୁ ସଂଯୋଗ କରୁଥିବା ରାସ୍ତା ସମ୍ମୁଖ ରେ କୁତ୍ରିମ କାଦୁଅ , ଯାତାୟାତ ରେ ବାଧାପ୍ରାପ୍ତ,

ନର୍ଲା ଜବାହାର୍ ନବୋଦୟ ବିଦ୍ୟାଳୟ କୁ ସଂଯୋଗ କରୁଥିବା ରାସ୍ତା ସମ୍ମୁଖ ରେ କୁତ୍ରିମ କାଦୁଅ , ଯାତାୟାତ ରେ ବାଧାପ୍ରାପ୍ତ,
ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ସହର ରୁ ନବୋଦୟ ବିଦ୍ୟାଳୟ କୁ ଏବଂ ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ଗ୍ରାମ ପଂଚାୟତ କୁ ସଂଯୋଗ କରୁଥିବା ରାସ୍ତା ସମ୍ମୁଖ ରେ କାଦୁଅ ଯୋଗୁଁ ଯାତାୟତ ରେ ଅସୁବିଧା ହେଉ ଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ନବୋଦୟ ରାସ୍ତା ର ପ୍ରାରମ୍ଭ ହୋଇ ଥାଏ ନର୍ଲା ସହର ର ମିଲ୍ ଛକ ରୁ କିନ୍ତୁ ଉକ୍ତ ଛକ ରେ ଖାଲ ଖମା ଯୋଗୁଁ ପାଣି ଜମି ରହିଥିଲା, ଏହି ରାସ୍ତା ଦେଇ ନର୍ଲା ଜଗନ୍ନାଥ ମହାପ୍ରଭୁ ତାଙ୍କ ମାଉସୀ ଘର କୁ ଯାଇଥାନ୍ତି ,ସେଥିପାଇଁ ନର୍ଲା ଜଗନ୍ନାଥ କମିଟି ପକ୍ଷରୁ ସେହି ସ୍ଥାନରେ ମାଟି ପକାଇ ଥିଲେ। ଝିପି ଝିପି ବର୍ଷା ଫଳରେ ସେହି ସ୍ଥାନର ମାଟି କାଦୁଅ ରେ ପରିଣତ ହେବା ଫଳରେ ଯାତାୟତ ରେ ଅସୁବିଧା ହେଉ ଥିବା ଦେଖିବାକୁ ମିଳିଛି।ସ୍ଥାନୀୟ ସରପଞ୍ଚ ଉକ୍ତ ସ୍ଥାନ ରେ ମୋରୁମ୍ ପକାଇବାକୁ ନାଏବ୍ ସରପଞ୍ଚ ଙ୍କୁ ଅର୍ଥ ଦେଇଥିବା ସତ୍ତ୍ୱେ ଆଜି ଯାଏଁ ମୋରୁମ୍ ନ ପଡ଼ିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଏଠାରେ ପ୍ରଶ୍ନ ଉଠୁଛି ଯେ ମନ୍ଦିର କମିଟି ଯଦି ଉକ୍ତ ସ୍ଥାନରେ ମାଟି ବଦଳରେ ମୋରୁମ୍ ପକାଇ ଥାନ୍ତେ ତାହେଲେ ଏଭଳି ସମସ୍ୟା ଉପୁଜି ନ ଥାନ୍ତା ବୋଲି ନର୍ଲା ର ସମସ୍ତେ ମିଶି ଏହି ସମସ୍ୟା ର ସମାଧାନ ପାଇଁ ଆଗେଇ ଆସିବା ଜରୁରୀ ହୋଇ ପଡିଛି।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






