କଳାହାଣ୍ଡି ଜିଲ୍ଲାରେ ମାଲ ମାଲ ନକଲି ମେଟ୍ରିକ ସାର୍ଟିଫିକେଟରେ ଅଙ୍ଗନୱାଡି ଚାକିରୀ,

Jun 5, 2025 - 11:47
Jun 5, 2025 - 13:53
 0  318
କଳାହାଣ୍ଡି ଜିଲ୍ଲାରେ ମାଲ ମାଲ ନକଲି ମେଟ୍ରିକ ସାର୍ଟିଫିକେଟରେ ଅଙ୍ଗନୱାଡି ଚାକିରୀ,

କଳାହାଣ୍ଡି ଜିଲ୍ଲାରେ ମାଲ ମାଲ ନକଲି ମେଟ୍ରିକ ସାର୍ଟିଫିକେଟରେ ଅଙ୍ଗନୱାଡି ଚାକିରୀ,

ଶୁଭମ ବାର୍ତ୍ତା :- କଲାହାଣ୍ଡି ଜିଲ୍ଲା ରେ ୧୩ ଗୋଟି ବ୍ଳକ ଥିବା ବେଳେ ପ୍ରତ୍ୟେକ ବ୍ଳକ ରେ ସମ୍ମନିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ରେ ନକଲି ମେଟ୍ରିକ ହିନ୍ଦୀ ସାର୍ଟିପିକେଟ୍ ରେ ଉତ୍ତରପ୍ରଦେଶ,ଝାରଖଣ୍ଡ, ନୟୋଡା , ଦିଲ୍ଲୀ,ସମ୍ବଲପୁର, ଭୁବନେଶ୍ଵର, କଟକ ଏହିଭଳି ଅନେକ ଡୁବ୍ଲିକେଟ୍ ସଂସ୍ଥାରୁ ନକଲି ସାର୍ଟିପିକେଟ ଆଣି ଅଙ୍ଗନୱାଡ଼ି ଚାକିରି କରୁଛନ୍ତି । ଉକ୍ତ କାର୍ଯ୍ୟାଳୟ ରେ ଅଙ୍ଗନୱାଡି କର୍ମୀ ମାନେ ନିଯୁକ୍ତି ହୋଇ କାର୍ଯ୍ୟନିର୍ବାହ କରି ଆସିଛନ୍ତି। ପ୍ରତ୍ୟେକ ବ୍ଲକ୍ କାର୍ଯ୍ୟାଳୟ ରେ ଅଧିକାରିଣୀ ଙ୍କ ନିର୍ଦ୍ଦେଶ ଅନୁସାରେ ଅଙ୍ଗନୱାଡ଼ି ଗ୍ରେଡେସନ୍ ତାଲିକା ବାନା ଯାଉ ଅଛି କିନ୍ତୁ ଏହି ଗ୍ରେଡେସନ୍ ଲିଷ୍ଟ ରେ କାହିଁକି ଅଙ୍ଗଡାୱାଡ଼ି କର୍ମୀ କୁ ଆଗ ପଛ କରା ଯାଉ ଅଛି । ଏହି ଗ୍ରେଡେସନ୍ ଲିଷ୍ଟ ବନାଇବାରେ ମୁଖ୍ୟ ଖଳନାୟକ କିଏ ବରିଷ୍ଟ କିରାଣୀ   ନା DSW ମେଡମ । କଳାହାଣ୍ଡି ଜିଲ୍ଲାପାଳଙ୍କ ଓର୍ଡର୍ No. 2068 ତାରିଖ -15-11-2021 ମସିହା ରେ ୩୬ଜଣ ଅଙ୍ଗନୱାଡି କର୍ମୀ ଙ୍କୁ ଡି.ଏସ୍.ଡବ୍ଳୁ ଅଫିସ୍ କୁ ଡାକି ସୁପରଭାଇଜର ପଦୋନ୍ନତି ଦେବାପାଇଁ ଡି.ଏସ୍.ଡବ୍ଳୁ ଅଫିସ୍ କୁ ଡକାଯାଇଥିଲା ସେହି ୩୬ଜଣ ଅଙ୍ଗନୱାଡି କର୍ମୀ 2O25 ମସିହା ଗ୍ରେଡେସନ୍ ତାଲିକାରେ ସେହି ୩୬ଜଣ ଅଙ୍ଗନୱାଡି କର୍ମୀ ଗଲେ କୁଆଡେ ଜିଲ୍ଲା ପାଲଙ୍କ ଉପସ୍ଥିତି ରେ ସେହି 36 କର୍ମୀ ଙ୍କୁ ତଦନ୍ତ କରାଯାଉ ଏବଂ ରାଜ୍ୟସରକାରଙ୍କ ଚିଠି ନଂ ୭୯୭୦ ତାରିଖ-୨୧-୦୩-୨୦୨୫, WCD ଡିପାର୍ଟମେଣ୍ଟ ଲେଟର ନଂ ୩୭୯୭ ତାରିଖ -୧୦-୦୨-୨୦୨୫ ମସିହା ଗ୍ରେଡେସନ୍ ଲିଷ୍ଟରେ ୧୨ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ସୁପରଭାଇଜର୍ ପଦୋନ୍ନତି ଦେବା ପାଇଁ ଯେଉଁ ମେରିଟ ଲିଷ୍ଟ ବନାଯାଇଅଛି ସେହି ୧୨ଜଣଙ୍କର ମେଟ୍ରିକ ବୋର୍ଡ ସାର୍ଟିପିକେଟ୍ , ମେଟ୍ରିକ ମାର୍କଲିଷ୍ଟ, ଏସ୍.ଏଲ୍ ସି ସାର୍ଟିପିକେଟ୍ , ଅଙ୍ଗନୱାଡି ସମୟର ଯୋଗଦାନ ପତ୍ର ଏବଂ ଗ୍ରେଡେସନ୍ ଲିଷ୍ଟ ରେ ସେହି ୧୨ ଜଣଙ୍କର ଡେଟ୍ ଅଫ୍ ବାର୍ଥ ଓ ତାଙ୍କର ଜଇନିଙ୍ଗ ଅର୍ଡର ଓ 2016 ମସିହା ର ଗ୍ରେଡସନ୍ ତାଲିକା ଓ 2021 , 2024 , 2025 ମସିହା ର ଗ୍ରେଡ଼ସନ୍ ତାଲିକା ରେ କୌଣସି ତାଳମେଳ ଖାଉ ନାହିଁ ଏହିସବୁ ଲିଷ୍ଟ କୁ କଳାହାଣ୍ଡି ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହିସବୁ ଡକୁମେଣ୍ଟ ତଦନ୍ତ କରାଗଲେ ଅସଲ ରହସ୍ୟ ଜଣା ପଡ଼ିବ ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ହୋଇ ଅଛି ।

  କଳାହାଣ୍ଡି ରୁ ରାଜା ପାୟାସିଂ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow