ଗୋଲାମୁଣ୍ଡା ବ୍ଲକ ରେ ସଚେତନତାଧର୍ମୀ ବିକାଶ ବାହନ ପରିକ୍ରମଣ ର ଶୁଭାରମ୍ଭ,

ଗୋଲାମୁଣ୍ଡା ବ୍ଲକ ରେ ସଚେତନତାଧର୍ମୀ ବିକାଶ ବାହନ ପରିକ୍ରମଣ ର ଶୁଭାରମ୍ଭ,
ଗୋଲାମୁଣ୍ଡା ,୧୨|୬(ଶୁଭମ ବାର୍ତ୍ତା): ରାଜ୍ୟ ସରକାର ଗଠନର ବର୍ଷେ ପୂର୍ତ୍ତି ଅବସରରେ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଏଥିରେ ହିତାଧିକାରୀ ମାନଙ୍କ ସହଯୋଗ ଏବଂ ଭାଗିଦାରୀ ପାଇଁ ସାରା ରାଜ୍ୟରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସଂପର୍କୀତ ବିକାଶ ବାହନ ପରିକ୍ରମଣର ଶୁଭାରମ୍ଭ ହୋଇଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେ ବିଡ଼ିଓ ବିଶ୍ୱନାଥ ରାଉତ ସବୁଜ ପତାକା ଦେଖାଇ ବିକାଶ ବାହାନ ର ଶୁଭାରମ୍ଭ କରିଥିଲେ । ଏହି ଉତ୍ସବରେ ସହକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନା,ଜିପିଡ଼ିଓ ରମିତ ପଧାନ,କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାଥ ପଟ୍ଟନାୟକ,ଗୋଲାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ,ମାନଝରି ସରପଞ୍ଚ ଜଗଜୀବନ ଅଘରିଆ,ସିଡିପିଓ କେ ଉଷା ଲକ୍ଷ୍ମୀ,ଏମଆଇ ଦିବ୍ୟରାଜ ଭୋଇ ସମେତ ବ୍ଲକ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ୧୨ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହେବ ବୋଲି ବିଡ଼ିଓ ଶ୍ରୀ ରାଉତ ପ୍ରକାର କରିଥିଲେ।।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






