ରେଳ ପ୍ରକଳ୍ପ କୁ ନେଇ ନର୍ଲା ଅଞ୍ଚଳ ରେ ଖୁସି ର ଲହରୀ,

ରେଳ ପ୍ରକଳ୍ପ କୁ ନେଇ ନର୍ଲା ଅଞ୍ଚଳ ରେ ଖୁସି ର ଲହରୀ
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ସହର ପାଖରେ ଥିବା ଚପଟ୍ ଖଣ୍ଡା ଠାରେ ପ୍ରସ୍ତାବିତ ରେଳ ଇଞ୍ଜିନ୍ ମରାମତି ପ୍ରକଳ୍ପ ପାଇଁ ରେଳ ବିଭାଗ୍ ପକ୍ଷରୁ ଟେଣ୍ଡର୍ ପାଇଁ ବିଜ୍ଞପ୍ତି ଜାରି ହେବା ଖବର ଶୁଣିବା ପରେ ନର୍ଲା ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଯାଇଛି ।ସୂଚନା ଅନୁସାରେ ଗତ ୪ ତାରିଖ ରେ ରେଳ ବିଭାଗ୍ ତରଫ୍ ରୁ ନର୍ଲା ରେ ହେବାକୁ ଥିବା ରେଳ ଇଞ୍ଜିନ୍ ମରାମତି ପ୍ରକଳ୍ପ ର ଟେଣ୍ଡର୍ ପାଇଁ ବିଜ୍ଞପ୍ତି ଜାରି ହେବା ଖବର ସର୍ବପ୍ରଥମେ କଳାହାଣ୍ଡି ସାଂସଦ ମାଳବିକା ଦେଓ ମୋବାଇଲ୍ ରେ ପୋଷ୍ଟ୍ କରିଥିଲେସେହି ପୋଷ୍ଟ କୁ ନର୍ଲା ରେଳ ସୁରକ୍ଷା ସମିତି ର ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ କୁମାର୍ ନାଏକ୍ ପୁଣି ଥରେ ପୋଷ୍ଟ କଲା ପରେ ନର୍ଲା ଅଞ୍ଚଳ ବାସୀ ଙ୍କ ଖୁସି କହିଲେ ନ ସରେ। ଖୁସି ନ ହେବେ ବା କେମିତି ଦୀର୍ଘ ତେର (୧୩) ବର୍ଷ ପରେ ଉକ୍ତ ଅଞ୍ଚଳ ର ସ୍ବପ୍ନ ସତ ହେବାକୁ ଯାଉଛି। ପ୍ରଥମେ U P A ସରକାର୍ ସମୟରେ ରେଳ ମନ୍ତ୍ରୀ ମମତା ବାନାର୍ଜୀ ନର୍ଲା ରେ ଏକ ରେଳ ୱାଗନ୍ କାରଖାନା ପାଇଁ ଘୋଷଣା କରିଥିଲେ, ସେହି ପ୍ରକଲ୍ପ କୁ ତତ୍କାଳୀନ ରାଜ୍ୟ ର ବିଜେଡି ସରକାର୍ ଗଞ୍ଜାମ୍ ଜିଲ୍ଲା ର ସିତୟା ପଲ୍ଲୀ କୁ ସ୍ଥାନାନ୍ତରିତ କରିବାରୁ ନର୍ଲା ଅଞ୍ଚଳ ବାସୀ ମ୍ରିୟମାଣ ହୋଇପଡିଥିଲେ କିନ୍ତୁ ଗତ ସାଧାରଣ ନିର୍ବାଚନରେ ଦେଶର ଯଶଶ୍ଵ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନର୍ଲା ରେ ଏକ ରେଳ ଇଞ୍ଜିନ୍ ମରାମତି ପ୍ରକଳ୍ପ କୁ ଘୋଷଣା କରିବା ସହିତ ଭିଡିଓ କନ୍ ଫରେନ୍ସ ମାଧ୍ୟମ ରେ ଉକ୍ତ ପ୍ରକଳ୍ପ ର ଶିଳାନ୍ୟାସ୍ କରିଥିଲେ ।ସେହି ପ୍ରକଳ୍ପ ର କାମ ଆରମ୍ଭ ପାଇଁ ରେଳ ବିଭାଗ୍ ପକ୍ଷରୁ ଟେଣ୍ଡର୍ ପାଇଁ ବିଜ୍ଞପ୍ତି ଜାରି ହେବାରୁ ନର୍ଲା ବାସୀ ଟିକେ ଆଶ୍ୱସ୍ତି ଅନୁଭବ କରିବା ସହିତଖୁସି ରେ ଆତ୍ମ ବିଭୋର ହେଉଥିବା ଦେଖିବାକୁ ମିଳିଛି।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






