କଂଗ୍ରେସ୍ ପକ୍ଷରୁ ନର୍ଲା ରେ ସମ୍ବିଧାନ ବଞ୍ଚାଅ ରାଲି,

କଂଗ୍ରେସ୍ ପକ୍ଷରୁ ନର୍ଲା ରେ ସମ୍ବିଧାନ ବଞ୍ଚାଅ ରାଲି,
ଶୁଭମ ବାର୍ତ୍ତା :- ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ର ବିଭିନ୍ନ ପଞ୍ଚାୟତ ଗୁଡ଼ିକ ରେ ବିକାଶ ରଥ ବୁଲି ଲୋକଙ୍କୁ ସରକାର ଙ୍କ ସଫଳତା ବିଷୟ ରେ ଅବଗତ କରୁଥିବା ବେଳେ ବିଜେଡି ପକ୍ଷରୁ ମଧ୍ୟ ରାଜ୍ୟ ର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରି ସରକାର ଙ୍କ ଏକ ବର୍ଷ ର ବିଫଳତା କୁ ବଖାଣୁ ଛନ୍ତି, ଠିକ୍ ଏହି ସମୟରେ କଂଗ୍ରେସ ମଧ୍ୟ ପଛରେ ପଡ଼ି ନାହିଁ ସେ ମଧ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ଆହ୍ବାନ କ୍ରମେ ରାଜ୍ୟ ର ବିଭିନ୍ନ ସ୍ଥାନରେ ସମ୍ବିଧାନ ବଞ୍ଚାଅ ରାଲି କରି ଲୋକଙ୍କ ନିକଟ ତର ହେବାକୁ ପ୍ରୟାସ କରୁଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ମଧ୍ୟ ସମ୍ବିଧାନ ବଞ୍ଚାଅ ରାଲି ଅନୁଷ୍ଟିତ ହୋଇ ଯାଇଛି। ନର୍ଲା ବ୍ଲକ୍ ଯୁବ ସଭାପତି ଦିପୁ ପାତ୍ର ଓ କଂଗ୍ରେସ୍ ନେତା ଚୁଳମଣି ଗୌଡ଼ିଆ ଙ୍କ ନେତୃତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ର ଶହ ଶହ କଂଗ୍ରେସ୍ ସମର୍ଥକ ଓ କର୍ମୀ ଙ୍କ ସହିତ ବହୁ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ କଂଗ୍ରେସ୍ ନେତା ଉପସ୍ଥିତ ଥିଲେ। ପ୍ରଥମେ ସମସ୍ତେ ନର୍ଲା ଚାରିଛକ ରୁ ଏକ ଶୋଭାଯାତ୍ରା ରେ ବାହାରି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ବିଭିନ୍ନ ନାରା ସହିତ ସମ୍ବିଧାନ ବଞ୍ଚାଅ ନାରା ଦେଇ ସଭା ମଣ୍ଡପ କୁ ଯାଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର୍ ବିଧାୟକ ଶ୍ରୀଯୁକ୍ତ ରାଜନ୍ ଏକ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଶାଖା ସୁଜିତ୍,ବିଗତ ନିର୍ବାଚନ ରେ କଳାହାଣ୍ଡି ଜିଲ୍ଲା ର ସାଂସଦ ପ୍ରାର୍ଥୀନୀ ଦ୍ରୌପଦୀ ମାଝୀ, ଜିଲ୍ଲା ସଭାପତି ଭାରତ ଭୁଷଣ ବେମାଲ୍ , ଜିଲ୍ଲା ଯୁବ ସଭାପତି ମହମ୍ମଦ ସାହେବ୍ , ଉତ୍ସବ ସାହୁ ଓ ଅନ୍ୟ ମାନ୍ୟ ଗନ୍ୟ ମହାନୁଭବ ବୃନ୍ଦ ମଞ୍ଚାଷିନ ଥିଲେ । ଶ୍ରୀଯୁକ୍ତ ଚୁଲମଣି ଗୌଡିଆ ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିବା ବେଳେ ସଭା ଶେଷରେ ଦିପୁ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତା
What's Your Reaction?






