ଭିଜିଲାନ୍ସ ଜାଲରେ ଧର୍ମଗଡ଼ ଆଇଏଏସ ଅଧିକାରୀ,

Jun 9, 2025 - 09:33
 0  6
ଭିଜିଲାନ୍ସ ଜାଲରେ ଧର୍ମଗଡ଼ ଆଇଏଏସ ଅଧିକାରୀ,

ଭିଜିଲାନ୍ସ ଜାଲରେ ଧର୍ମଗଡ଼ ଆଇଏଏସ ଅଧିକାରୀ, 

ଧର୍ମଗଡ଼ ଶୁଭମ ବାର୍ତ୍ତା :- ଭିଜିଲାନ୍ସ ଜାଲରେ ଆଇଏଏସ ଅଧିକାରୀ। ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଓଡ଼ିଶା ଭିଜିଲାନ୍ସ। ଚଢ଼ାଉରେ ଭିଜିଲାନ୍ସର ବରିଷ୍ଠ ଅଧିକାରୀ ସାମିଲ ଅଛନ୍ତି।ସୂଚନା ଅନୁଯାୟୀ, ଆଇଏଏସ ଜଣକ କ୍ରସର ମାଲିକଙ୍କଠାରୁ ୨୦ ଲକ୍ଷ ଟଙ୍କାର ଡିଲ କରିଥିଲେ ।ଆଉ ପ୍ରଥମ ପର୍ଯ୍ୟାୟରେ ଡିଲ ଟଙ୍କା ବାବଦକୁ ୧୦ ଲକ୍ଷ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ କାବୁ କରିଥିଲା। ତେବେ ଏହା ପରେ ତାଙ୍କର ସରକାରୀ ବାସଭବନରେ ହୋଇଥିବା ରେଡରେ ପ୍ରାୟ ୪୭ ଲକ୍ଷ ଟଙ୍କା ମିଳିଥିବା ସୂଚନା ମିଳିଛି।ଉଲ୍ଲେଖଯୋଗ୍ୟ, ତ୍ରିପୁରା କାଞ୍ଚନପୁର ବାସିନ୍ଦା ହେଉଛନ୍ତି ଧୀମାନ ଚକମା। ୨୦୨୧ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ ହେଉଛନ୍ତି ଧୀମାନ ।

What's Your Reaction?

like

dislike

love

funny

angry

sad

wow