ବସ ଦୁର୍ଘଟଣାରେ ଶ୍ରମିକ ମୃତ୍ୟୁ । କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ,

Jun 11, 2025 - 20:26
Jun 11, 2025 - 20:33
 0  195
ବସ ଦୁର୍ଘଟଣାରେ ଶ୍ରମିକ ମୃତ୍ୟୁ । କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ,

ବସ ଦୁର୍ଘଟଣାରେ ଶ୍ରମିକ ମୃତ ।କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ ପ୍ରଶାସନ ଙ୍କ ହସ୍ତକ୍ଷେପ ପରେ ରାସ୍ତା ଅବରୋଧ ହଟିଲା।

ଗୋଲାମୁଣ୍ଡା,୧୧/୬(ଶୁଭମ ବାର୍ତ୍ତା) ଗତକାଲି ରାତ୍ରି ସମୟରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ମହାଲିଙ୍ଗ ଗ୍ରାମ ର ପାର୍ଥବ କେତକୀ ବୟସ (୪୦) ନାମକ ବ୍ୟକ୍ତି ମହାଲିଙ୍ଗ ଗ୍ରାମ ର ପବନ ଅଗ୍ରୱାଲ ଙ୍କ ପିକ ଅପ ଭେନ ( ଓଡ଼ି ୦୮ ସି ୧୦୩୪ )ଯୋଗେ ନୁଆପଡ଼ା ଜିଲ୍ଲା ସିନାପାଲି ସହର ଥାନା ପଛ ପଟ ରାସ୍ତା ରେ ଥିବା ଦୋକାନ ମାନଙ୍କ ରେ ସାମଗ୍ରୀ ଅନଲୋଡ଼ କରିସାରି ପଛପଟ ଗେଟ ବନ୍ଦ କରୁଥିବା ସମୟରେ ବିଜୟ ଲକ୍ଷ୍ମୀ ନାମକ ବସ ( ଓଡି ୦୮ଏମ ୩୮୯୯) ପଛ ପଟୁ ଆସି ଧକ୍କା ଦେବାରୁ ଘଟଣା ସ୍ଥଳରେ ଶ୍ରମିକ ଙ୍କ ମୃତ ଘଟିଥିଲା । ସିନାପାଲି ପୋଲିସ ଶବ ଜବତ କରି ଏକ କେସ ରୁଜୁ କରି ବ୍ୟବଚ୍ଛେଦ ପରେ ପରିବାର କୁ ଶବ ହସ୍ତାନ୍ତର କରିଥିଲା । ଗୋଲାମୁଣ୍ଡା ରୁ ଧର୍ମଗଡ କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ଫୋର୍ ୱେ ର କଦଳୀ ମୁଣ୍ଡା ଛକ ଠାରେ ଶବ ରଖି ପରିବାର ଲୋକେ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମଟର ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ଅଟକ ରହିବା ଫଳରେ ଚଳାଚଳ ଠପ୍ ହୋଇ ଥିଲା। ଖବର ପାଇ ଗୋଲାମୁଣ୍ଡା ଆଇଆଇସି ଶ୍ରୀ ଜ୍ୟୋତିପ୍ରକାଶ ତାଣ୍ଡି ଏବଂ ତହସିଲଦାର ଚନ୍ଦନ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ଘଟଣାଟି ନୂଆପଡା ଜିଲ୍ଲା ସିନାପାଲି ଠାରେ ଘଟିଥିବା ଓ ସିନାପାଲି ଥାନାରେ କେସ ରୁଜୁ ହୋଇ ଥିବାରୁ ଏହି ଘଟଣା ସିନାପାଲି ପୋଲିସ ବୁଝିବ ବୋଲି କହିବାରୁ ପରିବାର ଲୋକେ ଶବ କୁ ଉଠାଇ ନେଇ ଗୋଲାମୁଣ୍ଡା ରୁ ସିନାପାଲି କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ର କଳାହାଣ୍ଡି ଜିଲ୍ଲା ଓ ନୂଆପଡ଼ା ଜିଲ୍ଲାର ବୋର୍ଡର ଧିଙ୍ଗିଆମୁଣ୍ଡା ଛକ ଠାରେ ଶବ ରଖି ରାସ୍ତା ଅବରୋଧ କରି କ୍ଷତି ପୂରଣ ଦାବିରେ ବସି ଥିବା ଦେଖିବାକୁ ମିଲିଥିଲା । ଯାହା ଫଳରେ ଶହ ଶହ ଗାଡ଼ି ମୋଟର ଅଟକି ଯାତାୟାତ ରେ ପଥଚାରୀ ମାନଙ୍କୁ ନାହିଁନଥିବା ଅସୁବିଧା ଭୋଗିବାକୁ ପଡ଼ିଥିଲା। ପ୍ରଶାସନ ତରଫରୁ ସିନାପାଲି ତହସିଲଦାର ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରି ରେଡକ୍ରସ ଫଣ୍ଡରୁ ୧୦ହଜାର ଟଙ୍କା ଏବଂ ବସ ମାଲିକ କ୍ଷୟକ୍ଷତି ଦେବାରୁ ରାସ୍ତା ଅବରୋଧ ହଟିଥିଲା ।ଏହି ରାସ୍ତା ରୋକ ରେ ଗୋଲାମୁଣ୍ଡା ବ୍ଲକ ଯାଦବ ମହାସଭା ର ସଭାପତି ଶ୍ରୀଯୁକ୍ତ ଗିରିଧାରୀ ତେଜି,ଜନ ସଂଗ୍ରାମ ସମିତିର ସଭାପତି ସାଉଲ ମଙ୍ଗରାଜ, ପଙ୍କଜ ନାଗ ଓ ମହାଲିଙ୍ଗ ଗ୍ରାମ ଶତାଧିକ ଲୋକ ଏବଂ ମୃତକଙ୍କ ପରିବାର ବର୍ଗ ସାମିଲ ହୋଇଥିଲେ । ‍।

  ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow