ରାଜସ୍ଵ ସବଡିଭିଜନ ଘୋଷଣା ପାଇଁ ଦାବିପତ୍ର ପ୍ରଦାନ,

Feb 10, 2025 - 19:53
 0  31
ରାଜସ୍ଵ ସବଡିଭିଜନ ଘୋଷଣା ପାଇଁ ଦାବିପତ୍ର ପ୍ରଦାନ,

ରାଜସ୍ଵ ସବଡିଭିଜନ ଘୋଷଣା ପାଇଁ ଦାବିପତ୍ର ପ୍ରଦାନ,

କଳାହାଣ୍ଡି, ୧୦/୦୨ (ଶୁଭମ ବାର୍ତ୍ତା,ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର କୁ ରାଜସ୍ଵ ଉପଖଣ୍ଡ ମାନ୍ୟତା ପ୍ରଦାନ ପାଇଁ କଳାହାଣ୍ଡି ଜିଲ୍ଲା ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି। ପ୍ରଥମେ ସ୍ଥାନୀୟ ଚାରିଛକ ଠାରୁ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଦୀର୍ଘ ଦିନରୁ ମଦନପୁର ରାମପୁର କୁ ରାଜସ୍ଵ ସବଡିଭିଜନ ଘୋଷଣା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ ତରଫରୁ ବନ୍ଦ ପାଳନ, ରାସ୍ତାରୋକ କରି ସରକାରଙ୍କୁ ଦାବି ଜଣାଇଥିଲେ ସୁଦ୍ଧା କୈାଣସି ସୁଫଳ ମିଳୁନଥିବା ବେଳେ ଆଜି ପୁଣି ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମଦନପୁର ରାମପୁର କୁ ରାଜସ୍ବ ଉପଖଣ୍ଡ ମାନ୍ୟତା, ଲଘୁଜାତ ଦ୍ରବ୍ୟ ର ଟି.ଡି.ସି.ସି ଜରିଆରେ କ୍ରୟ ଓ ମୂଲ୍ୟ ନିର୍ଦ୍ଧାରଣ, ଯୁବକ ଯୁବତୀ ମାନଙ୍କୁ ଶିକ୍ଷକ ଭାବରେ ଜିଲ୍ଲା ଭିତିକ ନିଯୁକ୍ତି, କୃଷକ ମାନଙ୍କୁ ବିହନ, ସାର, କୀଟନାଶକ ସୁଲଭମୂଲ୍ୟରେ ଯୋଗାଣ ଓ ପ୍ରତ୍ୟେକ ଗ୍ରାମ କୁ ବିଦ୍ୟୁତ ଯୋଗାଣ ଓ ଜାନୀ ଝାଙ୍କର ପୁଝାରୀ ମାନଙ୍କୁ ମାସିକ ୫୦୦୦/- ଟଙ୍କା ଭତ୍ତା ପ୍ରଦାନ କରାଯାଉ ବୋଲି ସ୍ଥାନୀୟ ତହସିଲଦାର ସୁଧାକର ରହିତା ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଏଥିରେ ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ଧୋବା ପନ୍ଦର, ରୋହିତ ଭୋଇ, ରାଜୁମାଝୀ, ଜାଗରଣ ମଞ୍ଚ ସଭାପତି ଚମରା ବଗର୍ତ୍ତି ସମେତ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ।

What's Your Reaction?

like

dislike

love

funny

angry

sad

wow