ନର୍ଲା ସ୍ପେଶିଫିକ୍ ପବ୍ଲିକ୍ ସ୍କୁଲ୍ ରେ ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ,
ନର୍ଲା ସ୍ପେଶିଫିକ୍ ପବ୍ଲିକ୍ ସ୍କୁଲ୍ ରେ ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ,
ଶୁଭମ ବାର୍ତ୍ତା :- ବର୍ତ୍ତମାନ ଉତ୍ସବ ର ଋତୁ ଚାଲିଥିବା ବେଳେ ବିଭିନ୍ଶି ଶିକ୍ଷାନୁଷ୍ଠାନ ଗୁଡିକ ରେ ବାର୍ଷିକ ଉତ୍ସବ ମାନ ଅନୁଷ୍ଟିତ ହେଉଛି ଠିକ୍ ସେହି ଭଳି କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ଥିବା ସ୍ପେଶିଫିକ୍ ପବ୍ଲିକ୍ ସ୍କୁଲ୍ ରେ ମଧ୍ୟ ସୋମବାର ଦିନ ସନ୍ଧ୍ୟା ରେ ୧୪ ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ନର୍ଲା ଅତିରିକ୍ତ ତହସିଲ୍ ଦାର୍ ଯୋଗେଶ୍ଵର ସାହୁ ଯୋଗ ଦେଇ ଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବେ ଡକ୍ଟର ସୁନିଲ କୁମାର କର ଯୋଗ ଦେଇ ଥିଲେ, ମୁଖ୍ୟ ବକ୍ତା ଭାବରେ ବରିଷ୍ଟ ସାମ୍ବାଦିକ ମନୋଜ୍ କୁମାର୍ ଷଡ଼ଙ୍ଗୀ ଯୋଗ ଦେଇ ଉଚ୍ଚ କୋଟିର ବକ୍ତବ୍ୟ ପ୍ରଦାନ୍ କରି ଥିଲେ। ବାର୍ଷିକ ଉତ୍ସବ ପାଇଁ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇ ଥିଲା। ସ୍କୁଲ୍ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପ୍ରଦର୍ଶିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଶୀତୁଆ ରାତିରେ ମଧ୍ୟ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଉପସ୍ଥିତ ଦର୍ଶକ ଙ୍କୁ ବାନ୍ଧି ରଖିଥିଲା।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା
What's Your Reaction?






