ମାନଝରି ଗାଁ ରୁ ବିରଳ ବଜ୍ରକାପ୍ତା ଉଦ୍ଧାର,
ମାନଝରି ଗାଁ ରୁ ବିରଳ ବଜ୍ରକାପ୍ତା ଉଦ୍ଧାର,
ଧର୍ମଗଡ/ଶୁଭମ ବାର୍ତ୍ତା ୧୨/୦୯ (ଜନ୍ମେଜୟ ନାଏକ ) କଳାହାଣ୍ଡି ଜିଲ୍ଲା କେଗାଁ ରେଞ୍ଜ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକର ମାନଝରି ସ୍ଥିତ ଏକ ଘରୁ ବଜ୍ରକାପ୍ତା କୁ ଉଦ୍ଧାର କଲେ ସ୍ଥାନୀୟ ଗ୍ରାମବାସୀ। ଘଟଣା ରୁ ପ୍ରକାଶ ଯେ ବୁଧବାର ବିଳମ୍ବିତ ରାତ୍ରିରେ ମାନଝରି ଗ୍ରାମର ପ୍ରେମଲାଲ ଅଘରିଆ ଙ୍କ ଘରେ ଏକ ବିରଳ ବଜ୍ରକାପ୍ତା ପଶିଥିବା ପରିବାର ଲୋକେ ଦେଖି ବନ ବିଭାଗ କୁ ଖବର ଦେଇଥିଲେ। ଗୋଲାମୁଣ୍ଡା ବନ ବିଭାଗ ପକ୍ଷରୁ ଟୁଲୁ ପରିଛା, ଜିତେନ୍ଦ୍ର ନାଏକ,ବିଶ୍ୱଜିତ ବଗର୍ତ୍ତୀ, ଓମପ୍ରକାଶ ରଣା ପ୍ରମୁଖ ମାନଝରୀ ଗାଁ କୁ ଯାଇ ବଜ୍ରକାପ୍ତା ଟିକୁ ଉଦ୍ଧାର କରି କେଗାଁ ରେଞ୍ଜର କୁ ହସ୍ତାନ୍ତର କରିଥିବା ବନ ବିଭାଗ କର୍ମଚାରୀ ଟୁଲୁ ପରିଛା ସୂଚନା ଦେଇଛନ୍ତି । ଗୁରୁବାର ସକାଳ ୯ଟା ରେ ବନବିଭାଗ କର୍ମଚାରୀ ଗୋଲାମୁଣ୍ଡା ପ୍ରାଣୀ ଚିକିତ୍ସାଲୟ କୁ ଆଣି ଚିକିତ୍ସିତ କରିଥିବା ବେଳେ ବଜ୍ରକାପ୍ତା ସୁସ୍ଥ ଥିବା ସ୍ୱାସ୍ଥ୍ୟ ଅଧିକାରୀ ସୁଚନା ଦେଇଛନ୍ତି। ବଜ୍ରକାପ୍ତା କୁ କେଗାଁ ରେଞ୍ଜର କାର୍ଯ୍ୟାଳୟରେ ରଖା ଯାଇଛି,ବର୍ତ୍ତମାନ ରଖିଥିବା ବେଳେ ଜିଲ୍ଲା ବନାଞ୍ଚଳ ଅଧିକାରୀ କହିବା ପରେ ଜଙ୍ଗଲ ରେ କିମ୍ବା ଚିଡ଼ିଆ ଖାନା ରେ ଛାଡି ଦିଆଯିବ ବୋଲି ବନପାଳ ଟୁଲୁ ପରିଛା ସୂଚନା ଦେଇଛନ୍ତି। ବଜ୍ରକାପ୍ତା ଦେଖିବା ପାଇଁ ବହୁ ସଂଖ୍ୟକ ଭାବେ ମାନଝରି ଗାଁ ରେ ଭିଡ଼ ପରିଲକ୍ଷିତ ହୋଇଥିଲା। ତେବେ ଜଙ୍ଗଲ ଦିନକୁ ଦିନ ନଷ୍ଟ ହେବା ଫଳରେ ବନ୍ୟ ଜନ୍ତୁ ଗାଁ ମୁହାଁ ହେଉଛନ୍ତି ବୋଲି ସ୍ଥାନୀୟ ଲୋକମାନେ ଆଶଙ୍କା ପ୍ରକଟ କରିଛନ୍ତି, ତେଣୁ ଜଙ୍ଗଲ ବିଭାଗ ପକ୍ଷରୁ ତୁରନ୍ତ ଜଗଲ ରକ୍ଷା ପାଇଁ ତତ୍ପରତା ନ ଦେଖା ଯାଏ ତେବେ ଆଗମୀ ଦିନରେ ଜଙ୍ଗଲର ଜୀବଜନ୍ତୁ ପ୍ରତି ବିପଦ ସୃଷ୍ଟି ଦେଖା ଦେଇ ପାରେ ବୋଳି ଅଞ୍ଚଳ ବାସି ଓ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରକାଶ କରିଥିଲେ।
What's Your Reaction?






