ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ,

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ,
ଶୁଭମ ବାର୍ତ୍ତା :- ଦେଶ ସ୍ଵାଧୀନ ହୋଇ ୭୬ ବର୍ଷ ବିତିଯାଇଥିବା ସ୍ବତେ ଜାତିବାଦ୍ କମିବାର ନା ନେଉନାହିଁ। ଏଭଳି ଏକ ଘଟଣା ଘଟି ଯାଇଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବୁଡ଼ୀପଦର ଅନ୍ତର୍ଗତ ଶଙ୍କରପଲା ଗାଁରେ।ବିଜେଡି ନେତା ଜୁନାଗଡ ବ୍ଳକ ଉପାଧ୍ୟକ୍ଷ ପ୍ରମୋଦ ବେହେରା ଙ୍କ ନେତୃତ୍ବରେ ନିଜ ଗାଁ ସଙ୍କରପଲା ରେ ଏକ ପ୍ରହରୀ ନମଯଂଜ୍ଞ ଅନୁଷ୍ଠିତ ହୋଇଥିଲା। ପ୍ରକାଶ ଥାଉକି,କେବଳ ଏସ୍ ସି ସମାଜ କୁ ଜାତି ଭେଦଭାବ ରଖି ନ ମିଶାଇ ଗାଁ ର ବାକି ସମସ୍ତ ଜାତି ମିଶି ପ୍ରହରୀ ଆୟୋଜନ କଲେ। ଜଣେ ରାଜନେତା ହୋଇ ଏଭଳି ଜାତିବାଦ୍ ମାନସିକତା ରଖିବା ଅଞ୍ଚଳରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ହୋଇଛି।ଏହି ଖବର ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ର ହସ୍ତଗତ ହେଲା ପରେ ସଂଗଠନ ସଭାପତି ଧନଞ୍ଜୟ ଦୀପ୍ ଙ୍କ ନେତୃତ୍ଵରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି,ଏବଂ ସର୍ବସମିତି କ୍ରମେ ଏକ ପ୍ରସ୍ତାବ ଗୃହିତ ହୋଇଛି। ଆମ କୁ ଜାତିଆଣ ଆକ୍ଷେପ କରିବା ଦ୍ଵାରା ଆମ ଆତ୍ମସମ୍ମାନ କ୍ଷୁର୍ଣ୍ଣ ହେଉଛି ଏଣୁ ଆମେ ସମସ୍ତେ ବହୁଜନ ବିଚାରକୁ ଗ୍ରହଣ କରିବୁ ବୁଦ୍ଧ ଭୀମଭୋଇ ଆମ୍ବେଦକରଙ୍କ ମାର୍ଗରେ ଚାଲିବୁ,ଏବଂ ଉଚ୍ଚ ଜାତିର ଯେକୌଣସି କାର୍ଯ୍ୟକ୍ରମରେ ଆମ ଏସ୍ ସି ସମାଜ ସାମିଲ ହେବୁ ନାହିଁ,ଯିଏ ସାମିଲ ହେବ ତାପରେ ସମାଜ କାର୍ଯ୍ୟାନୁଷ୍ଠାନ ନେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସଂଗଠନର ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ,ବ୍ଲକ କୋଷାଧ୍ଯକ୍ଷ ଧନଞ୍ଜୟ ଖମାରି,ଯୋଗେଶ୍ଵର ନାଏକ, ଲଳିତ ନିଆଲ, ଲଳିତ ମଙ୍ଗରାଜ,ପ୍ରଦ୍ୟୁମ୍ନ କନପାନ,ହରିଶଙ୍କର ବାଗ,ତୁଲସି ସୁନାନି,ଘେନୁ କର,,ଶ୍ୟାମଘନ ସୁନାନି, ମଦନମୋହନ ନାଏକ,ଉଦେ ଛତ୍ରୀଆ,ଅମିତାଭ ବିହାରି,ବସନ୍ତ ସାମଲ,ବଳଭଦ୍ର ପାଲ,କୁରୁକ୍ଷେତ୍ର ଠାକୁର, ନେତ୍ର ଠାକୁର, ଗୁପ୍ତେଶ୍ଵର ବିହାର ସମେତ ସଂଗଠନ ର ଶତାଧିକ ସଦସ୍ଯ ସଦସ୍ୟା ଥାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ପ୍ରକାଶ କରିଛନ୍ତି।
କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






