ଗଡ଼ିଲା ସୁଭଦ୍ରା ଯୋଜନା ସଚେତନତା ରଥ।

ଗଡ଼ିଲା ସୁଭଦ୍ରା ଯୋଜନା ସଚେତନତା ରଥ।
ଧର୍ମଗଡ ତା-୧୩/୦୯ ଶୁଭମ ବାର୍ତ୍ତା (ଜନ୍ମେଜୟ ନାଏକ)ଓଡ଼ିଶା ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନା ରେ ଯୋଗ୍ୟ ବିବେଚିତ ପ୍ରତି ମହିଳା ଙ୍କୁ ବାର୍ଷିକ ୨ କିସ୍ତି ରେ ୧୦ ହଜାର ଟଙ୍କା ହିସାବେ ୫ ବର୍ଷ ରେ ୫୦ ହଜାର ମିଳିବା ନେଇ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ସୁଭଦ୍ରା ଯୋଜନା ରେ ରହିଥିବା ମାନଦଣ୍ଡ ଓ ଯୋଗ୍ୟତା ପାଇଁ ହିତାଧିକାରୀ ଙ୍କୁ ସଚେତନତା ସୃଷ୍ଟି ଅଭିଯାନ ପାଇଁ ଆଜି ଗୋଲାମୁଣ୍ଡା ବ୍ଲକ ପରିସର ରୁ ସୁଭଦ୍ରା ରଥ କୁ ପତାକା ଦେଖାଇ ଆରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଡ଼ିଓ ଶ୍ରୀଧର ପଣ୍ଡା, ତହସିଲଦାର ଚନ୍ଦନ କୁମାର ନାୟକ,ସିଡିପିଓ କେ ଉଷା ଲକ୍ଷ୍ମୀ , ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ନାୟକ,ଯୋଗାଣ ନିରୀକ୍ଷକ ସ୍ମୃତି ରଞ୍ଜନ ଜେନା, ପିପିଏମ ସୁଧାଂଶୁ ବିଶ୍ଵାଳ, ବିଜେପି ନେତା ଜୟନ୍ତ ସିଂ ଦେଓ, ପ୍ରଦୀପ ପଣ୍ଡା, ବୈଶାଖୁ କେତକୀ, ଭାଗ୍ୟବାନ ବାଗ, ଲଳିତ ମୋହନ ପ୍ରଧାନ, ରଜତ ପଟେଲ, ଦୁର୍ଗେଶ୍ୱର ସାହୁ ସମେତ ଅଙ୍ଗନବାଡ଼ି କର୍ମୀ ଓ ମିଶନ ଶକ୍ତି ର ମହିଳା କର୍ମଚାରୀ ମାନେ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ। ଏହି ରଥ ଗୋଲାମୁଣ୍ଡା ବ୍ଲକ ର ୨୮ ଟି ଗ୍ରାମ ପଞ୍ଚାୟତ ରେ ସୁଭଦ୍ରା ଯୋଜନା ବିଷୟରେ ସଚେତନତା କରିବ ।
What's Your Reaction?






