ବିନା ସୂଚନା ଫଳକ ରେ ରାଜସ୍ବ ବିଭାଗର କୋଠା ନିର୍ମାଣ,ନିମ୍ନମାନର କାମ କୁ ନେଇଁ ଗ୍ରାମବାସୀ ଅସନ୍ତୋଷ,

Mar 23, 2025 - 18:19
Mar 23, 2025 - 18:22
 0  82
ବିନା ସୂଚନା ଫଳକ ରେ ରାଜସ୍ବ ବିଭାଗର କୋଠା ନିର୍ମାଣ,ନିମ୍ନମାନର କାମ କୁ ନେଇଁ ଗ୍ରାମବାସୀ ଅସନ୍ତୋଷ,

ବିନା ସୂଚନା ଫଳକ ରେ ରାଜସ୍ବ ବିଭାଗ ର କୋଠା ନିର୍ମାଣ ,ନିମ୍ନମାନର କାମ କୁ ନେଇଁ ଗ୍ରାମବାସୀ ଅସନ୍ତୋଷ,

ଶୁଭମ ବାର୍ତ୍ତା :- ନର୍ଲା ବ୍ଲକ୍ ଅନ୍ତର୍ଗତ ବାଗପୂର୍ ପଞ୍ଚାୟତ ନିକଟସ୍ଥ ରାଜରାସ୍ତା ପାଖରେ ଏକ ରାଜସ୍ବ ବିଭାଗ ର ଦୁଇ ମହଲା କୋଠା ନିର୍ମାଣ ହେଉଥିବା ବେଳେ, ଆଜିକୁ ପ୍ରାୟ ଦୁଇ ବର୍ଷ ହେବ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି। ଏହି କୋଠା ନିର୍ମାଣ ପାଇଁ ତିନୋଟି ଠିକାଦାର୍ କିଛି କିଛି କାମ କରିଥିବା ବେଳେ ବିନା ସୂଚନା ଫଳକ ରେ ନିର୍ମାଣ ହେଉଥିବା କୋଠା କୁ ନେଇ ଦ୍ଵନ୍ଦ ରେ ଗ୍ରାମବାସୀ।ସର୍ବ ସାଧାରଣ ଅବଗତି ନିମନ୍ତେ ସୂଚନା ଫଳକ ରେ କୋଉ ବିଭାଗ ର କାମ , ଠିକାଦାର୍ କିଏ? କାର୍ଯ୍ୟର ଆରମ୍ଭ ତାରିଖ ଓ ଶେଷ ତାରିଖ ସହ ନିର୍ମାଣାଧୀନ କୋଠା ର ଅଟକଳ ପରିମାଣର ଲେଖା ଥିବା କଥା କିନ୍ତୁ ଏହି କୋଠା ନିର୍ମାଣ ର କୌଣସି ସଂକେତ ନାହିଁ ଯାହାକି ସାଧାରଣ ଜନତା ଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଣି କୋଠା ପାଇଁ ତିଆରି ହୋଇ ଥିବା ବାଉଣ୍ଡିରି ଫାଟି ଆଁ କଲାଣି ତଥାପି ଠିକାଦାର୍ କି ଯନ୍ତ୍ରୀ ଙ୍କ ନିଘା ନାହିଁ। ସରକାରୀ ନିୟମ କୁ ଖୋଲା ଖୋଲି ଉଲଂଘନ କରି ନିମ୍ନ ମାନର କାମ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ।ଅନୁସନ୍ଧାନ ରୁ ଜଣା ପଡ଼ିଲା ଯେ ଉକ୍ତ କୋଠା ନିର୍ମାଣ ପାଇଁ ଟେଣ୍ଡର ନେଇଥିବା ମୁଖ୍ୟ ଠିକାଦାର୍ ଉକ୍ତ କୋଠା ନିର୍ମାଣ ପାଇଁ ଛୋଟ ଛୋଟ ପେଟି ଠିକାଦାର୍ ଙ୍କୁ କାମ ଦେଇ ତାଙ୍କ ପାଉଣା ଦେଉ ନ ଥିବା ସହିତ ରାତ୍ର ଜଗୁଆଳି ର ପାଉଣା ମଧ୍ୟ ଦେଉ ନ ଥିବା ଅଭିଯୋଗ ହେଉଛି।ନବ ନିର୍ମାଣ କୋଠା କେବେ ସରିବ ଓ କେବେ ହସ୍ତାନ୍ତର ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଥି ପ୍ରତି ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି

      ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow