ଅମଠା ଠାରେ ଗୋଲାମୁଣ୍ଡା ଯାଦବ ମହାସଭାର ବୈଠକ,

ଅମଠା ଠାରେ ଗୋଲାମୁଣ୍ଡା ଯାଦବ ମହାସଭାର ବୈଠକ,
ଦାବୀ ଉଠିଲା ଅହୀର ରେଜିମେଣ୍ଟ,
ଗୋଲାମୁଣ୍ଡା ତା -୦୩/୦୬(ଶୁଭମ ବାର୍ତ୍ତା)ଭାରତ-ଚିନ ଯୁଦ୍ଧରେ ସହୀଦ ହୋଇଥିବା ୧୧୪ ଅହୀର ଯବାନଙ୍କ ବିରତ୍ୱଗାଥା ନେଇ କଳାହାଣ୍ଡି ଜିଲ୍ଲାରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଅହୀର ରେଜିମେଣ୍ଟ ଦାବୀ ନେଇ ଆଜି ଗୋଲାମୁଣ୍ଡା ବ୍ଲକ ଯାଦବ ମହାସଭା ପକ୍ଷରୁ ଅମଠା ଆଞ୍ଚଳିକ ଯାଦବ ଭବନ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଗୋଲାମୁଣ୍ଡା ବ୍ଲକ ଯାଦବ ସଭାପତି ଶ୍ରୀଯୁକ୍ତ ଗିରିଧାରୀ ତେଜି ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ୨୭ ଟି ଆଞ୍ଚଳିକ ଯାଦବ କମିଟି ର ସଭାପତି ଓ ସଂପାଦକ ଉପସ୍ଥିତ ଥିଲେ ।ସର୍ବ ପ୍ରଥମେ ଯଦୁ କୁଳ ଶିରୋମଣି ଶ୍ରୀକୃଷ୍ଣଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ସହ ପୂଜା ପାଠ ପୂର୍ବ କ ସଭା ଆରମ୍ଭ ହୋଇଥିଲା । ବ୍ଳକ ଯାଦବ ସଂପାଦକ ଶ୍ରୀଯୁକ୍ତ ପରୀକ୍ଷିତ ଖର୍ସେଲ ଉପସ୍ଥିତ ଯାଦବ ସଭାପତି ଓ ସଂପାଦକ ମାନଙ୍କ ପରିଚୟ ପ୍ରଦାନକାରି ବିଗତ ଦିନମାନଙ୍କରେ ହୋଉଥିବା କାର୍ଯ୍ୟ କର୍ମ ର ଆଲୋଚନା କରିଥିଲେ ଏବଂ ବ୍ଳକ ଯାଦବ ଭବନ ଉଦ୍ଘାଟନ ଉପଲକ୍ଷେ ହୋଇଥିବା ଅଷ୍ଟ ପ୍ରହର ଅଖଣ୍ଡ ନାମ ଯଜ୍ଞ ର ଆୟ ବ୍ୟୟ ପଠନ କରିଥିଲେ ।ପରେ ସମସ୍ତ ଆଞ୍ଚଳିକ ସଭାପତି ଓ ସଂପାଦକ ବ୍ଳକ ସଭାପତି ଓ ସଂପାଦକ ଦୁଇଜଣ କାର୍ଯ୍ୟ ଓ ସମାଜ ପ୍ରତି ନିଷ୍ଠା ଦେଖି ଆଗାମୀ ଦିନରେ ବ୍ଳକ ଯାଦବ ମହାସଭା ର ପୁନଃ ଗଠନ ରେ ପୁଣିଥରେ ଶ୍ରୀଯୁକ୍ତ ଗିରିଧାରୀ ତେଜି ଙ୍କୁ ସଭାପତି ଓ ଶ୍ରୀଯୁକ୍ତ ପରୀକ୍ଷିତ ଖର୍ସେଲ ଙ୍କୁ ସଂପାଦକ ଦାୟିତ୍ୱ ପ୍ରଦାନ କରିବା ପାଇଁ ସମସ୍ତେ ସହମତି ଜଣାଇଥିଲେ ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






