ଅପରେସନ ସିନ୍ଦୂରକୁ ନେଇ ଲେତେର ଠାରୁ ନୂଆଗାଁ ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରା।

Jun 4, 2025 - 18:22
Jun 4, 2025 - 18:25
 0  33
ଅପରେସନ ସିନ୍ଦୂରକୁ ନେଇ ଲେତେର ଠାରୁ ନୂଆଗାଁ ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରା।

ଅପରେସନ ସିନ୍ଦୂରକୁ ନେଇ ଲେତେର ଠାରୁ ନୂଆଗାଁ ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରା।

ଶୁଭମ ବାର୍ତ୍ତା / ଗୋଲାମୁଣ୍ଡା ତା ୪/୬ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର କେଗାଁ ମଣ୍ଡଳ ଜରିଆରେ ଅପରେସନ ସିନ୍ଦୂରର ସଫଳତା ଓ ଭାରତୀୟ ସେନାବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ ଆଜି ଲେତେର ଠାରୁ ନୂଆଗାଁ ପଞ୍ଚାୟତ କରଞ୍ଜକୂଟ ଶିବ ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମନୋଜ ମେହେର, ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ତ୍ରିରଙ୍ଗା ପତାକା ଦେଖାଇ ଏହି ବାଇକ ଶୋଭାଯାତ୍ରାର ଶୁଭଉଦଘାଟନ କରିଥିଲେ। ପହଲଗାମରେ ଆତଙ୍କବାଦୀ ଗୁଳିରେ ଯେଉଁ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଆମ ଭାରତୀୟ ସୈନ୍ୟ ଅପରେସନ ସିନ୍ଦୁରରେ ଦୃଢ଼ ଜବାବ ଦେଇଥିଲେ। ଏଥିରେ ଅନେକ ଆତଙ୍କବାଦୀ ଶିବିର ଧ୍ବଂସ କରିଥିଲେ। ଏସମ୍ପର୍କରେ ମହାଳିଙ୍ଗ ଓ କେଗାଁ ଠାରେ ଶ୍ରୀ ମେହର ଏବଂ ବ୍ଲକ ଅଧକ୍ଷ ସଂକ୍ଷିପ୍ତ ଆକାରରେ ଅଭିଭାଷଣ ମଧ୍ୟ ରଖିଥିଲେ । ପରେ ଯବାନ ଓ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେଇଥିବା ବେଳେ କେଗାଁ ମଣ୍ଡଳ ପକ୍ଷରୁ ଜୟନ୍ତ ସିଂହ, ମଣ୍ଡଳ ସଭାପତି ଜୟକୃଷ୍ଣ ସାହୁ, ରଜତ ପୁଟେଲ, ଈଶ୍ୱର ପୁଟେଲ, ବିଶିକେଶନ ଜ୍ୟୋତିଷ, ରମେଶ ଅଗ୍ରୱାଲ, କ୍ଷୀରସିନ୍ଧୁ ପୁଟେଲ, ମନୋଜ କୁମାର ଅଗ୍ରୱାଲ, ପୃଥ୍ୱୀରାଜ ପ୍ରଧାନ, ଜୟ ପ୍ରଧାନ, ଚନ୍ଦ୍ର କେତକୀ ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ।

 ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow