ବିକଶିତ କୃଷି ସଂକଳ୍ପ ଅଭିଯାନ ।

ବିକଶିତ କୃଷି ସଂକଳ୍ପ ଅଭିଯାନ ।
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଳିଙ୍ଗ ଧାନମଣ୍ଡି ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମଟି ଗୋଲାମୁଣ୍ଡା କୃଷି ବିଭାଗ ଅଧିକାରୀ ନୌକେଶ୍ୱର ନାଗଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ମହାଳିଙ୍ଗ ସମିତି ଶ୍ରୀ କିରାଣ ସିଂହ, ଗୋଲାମୁଣ୍ଡା ବିଡ଼ିଓ ଶ୍ରୀ ବିଶ୍ୱନାଥ ରାଉତ,ଗୋଲାମୁଣ୍ଡା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ବୃଷଭ ନାଏକ, ଜିଲ୍ଲା କୃଷି ଅଧିକାରୀ ସଞ୍ଜୟ କୁମାର ପାତ୍ର, ପଶୁ ସମ୍ପଦ ବିଭାଗ ଅଧିକାରୀ ଶ୍ରୀ ନେତ୍ର ଭାରତୀ, ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ,ପ୍ରସନ୍ନ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ମଞ୍ଚାସିନ ଅତିଥିମାନେ ପ୍ରଥମେ ଗଣେଶ ମହାପ୍ରଭୁଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ବିକଶିତ କୃଷି ସଂକଳ୍ପ ଅଭିଯାନ ସମ୍ପର୍କରେ ନିଜ ନିଜ ଅଭିଭାଷଣ ରଖିଥିଲେ। ମୁଖ୍ୟତଃ କୃଷି ବିଭାଗ ଜରିଆରେ ସରକାରୀ ଯୋଜନା ଆସୁଛି। ଚାଷୀମାନେ ଠିକ ରୂପେ ତାର ଫାଇଦା ପାଉଛନ୍ତି ନା ନେଇ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପାତ୍ର ଉପସ୍ଥିତ ଥିବା ସମସ୍ତ ଚାଷୀଭାଇ ମାନଙ୍କୁ ବୁଝାଇଥିଲେ। ପ୍ରାୟତଃ ଚାଷୀଙ୍କ ଫସଲ କିପରି ଦିଗୁଣିତ ହେବ ସେ ନେଇ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ମଧ୍ୟ ସରକାର ନିର୍ମାଣ କରିଛନ୍ତି। ଏହି କୃଷି ଯନ୍ତ୍ରପାତି ଗୁଡିକ ସବସିଡ଼ି ଅନେକ କ୍ଷେତ୍ରରେ ମିଳୁଛି। ତାର ଫାଇଦା ଚାଷୀମାନେ ସମ୍ପୂର୍ଣ ଉଠାଇ ଚାଷରେ ଦିଗୁଣିତ କରି ପାରିବେ ବୋଲି କୃଷି ବୈଜ୍ଞାନିକମାନେ ଉପସ୍ଥିତ ଚାଷୀମାନଙ୍କୁ ତାଲିମ ଦେଇଥିଲେ । ଚାଷ କରିବା ପୂର୍ବରୁ ମାଟି ପରୀକ୍ଷା କରିନେବା କଥା ମଧ୍ୟ କହିଥିଲେ । ଏହି କାର୍ଯ୍ୟକ୍ରମରେ କେଗାଁ ମଣ୍ଡଳ ସଭାପତି ଜୟକୃଷ୍ଣ ସାହୁ ରଜତ କୁମାର ପୁଟେଲ,ଲିଙ୍ଗରାଜ ଭୋଇ,ଜୟନ୍ତ ସିଂ ସମେତ ଅଞ୍ଚଳର ଅନେକ ଚାଷୀ, ସିଆରପି, ଏସଏଚଜି ମହିଳାମାନେ ଉପସ୍ଥିତ ଥିଲେ ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






