ଗ୍ରାମବାସୀ ଙ୍କ ନିଆରା ପ୍ରୟାସ, ସମସ୍ତେ ମିଶି ୫୦ ଏକର୍ ରୁ ଅଧିକ ଗୋଚର ଓ ଅନାବାଦୀ ଜମି କୁ କଲେ ଚିହ୍ନଟ,

Jun 6, 2025 - 17:58
Jun 6, 2025 - 18:10
 0  74
ଗ୍ରାମବାସୀ ଙ୍କ ନିଆରା ପ୍ରୟାସ, ସମସ୍ତେ ମିଶି ୫୦ ଏକର୍ ରୁ ଅଧିକ ଗୋଚର ଓ ଅନାବାଦୀ ଜମି କୁ କଲେ ଚିହ୍ନଟ,

ଗ୍ରାମବାସୀ ଙ୍କ ନିଆରା ପ୍ରୟାସ, ସମସ୍ତେ ମିଶି ୫୦ ଏକର୍ ରୁ ଅଧିକ ଗୋଚର ଓ ଅନାବାଦୀ ଜମି କୁ କଲେ ଚିହ୍ନଟ,

ଶୁଭମ ବାର୍ତ୍ତା :- ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ୍ ଅନ୍ତର୍ଗତ ଗିଗିନା ପଞ୍ଚାୟତ ର ଗିଧାମାଲ୍ ଗ୍ରାମବାସୀ ।ସୂଚନା ଅନୁସାରେ କିଛି ବର୍ଷ ହେଲା ଉକ୍ତ ଗାଁ ର ଏକର୍ ଏକର୍ ଗୋଚର ଓ ଅନାବାଦୀ ଜମି କୁ ସ୍ଥାନୀୟ ଲୋକେ ବେନିୟମ ଭାବେ କବଜା କରି ବିଭିନ୍ନ ପ୍ରକାର ଚାଷ କରୁଥିଲେ ଫଳରେ ଗାଁ ର ଗୋରୁ, ମଇସି, ଛେଳି , ମେଣ୍ଢା ଚାରାଇବା ପାଇଁ ଅସୁବିଧା ହେଉଥିଲା । ସେଥିପାଇଁ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଉକ୍ତ ଜମି କୁ ଚିହ୍ନଟ କରିବା ପାଇଁ ପ୍ରଥମେ ଆଲୋଚନା କରିବା ପରେ ଲିଖିତ ଆକାର ରେ ପ୍ରଶାସନ କୁ ଜଣାଇ ଥିଲେ , ନର୍ଲା ତହସିଲ୍ ଦାର୍ ଙ୍କ ନିର୍ଦ୍ଦେଶ କ୍ରମେ ରୁପ୍ରାଆର୍ ଆଇ ଉକ୍ତ ଗାଁ କୁ ଯାଇ ଗ୍ରାମବାସୀ ଙ୍କ ସହଯୋଗ ରେ ସମସ୍ତ ଗୋଚର ଓ ଅନାବାଦୀ ଜମି କୁ ଚିହ୍ନଟ କରିଥିବା ଦେଖିବାକୁ ମିଳିଛି। ଗ୍ରାମବାସୀ ଙ୍କ ଏଭଳି ପ୍ରୟାସ କୁ ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା କରିବା ସହିତ ଅନ୍ୟ ଗାଁ ର ଲୋକଙ୍କ ପାଇଁ ଏକ ପ୍ରେରଣା ହେବ ଚର୍ଚ୍ଚା ହେଉଛି।

    ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow