ଚଳନ୍ତା ଟ୍ରେନ୍ ରୁ ଖସି ଅଜଣା ବ୍ୟକ୍ତି ଙ୍କ ମୃତ୍ୟୁ,

Jun 4, 2025 - 20:50
Jun 4, 2025 - 21:27
 0  184
ଚଳନ୍ତା ଟ୍ରେନ୍ ରୁ ଖସି ଅଜଣା ବ୍ୟକ୍ତି ଙ୍କ ମୃତ୍ୟୁ,

 ଚଳନ୍ତା ଟ୍ରେନ୍ ରୁ ଖସି ଅଜଣା ବ୍ୟକ୍ତି ଙ୍କ ମୃତ୍ୟୁ,

ଶୁଭମ ବାର୍ତ୍ତା :- ଆଜି ସନ୍ଧ୍ୟା ୬ ଟା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ୍ ରେଳ ଷ୍ଟେସନ୍ ପୂର୍ବରୁ ତୁଲା ଗାଁ ରେଳ ଫାଟକ ନିକଟରେ ଆଲେପି ରୁ ଧାନବାଦ୍ ଯାଉଥିବା ଏକ୍ସପ୍ରେସ୍ 

ଟ୍ରେନ୍ ରୁ ଜଣେ ଅଜଣା ବ୍ୟକ୍ତି ଖସି, ତଳେ ପଡ଼ିଯାଇ ଥିଲେ, ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ କୁ ଫୋନ୍ କରି ସୂଚନା ଦେବା ପରେ ତୁରନ୍ତ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ପଡ଼ିଯାଇ ଥିବା ବ୍ୟକ୍ତି ଙ୍କୁ ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଥିଲେ। ଡାକ୍ତର ପରୀକ୍ଷା ନିରୀକ୍ଷା ପରେ ତାକୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତି ଙ୍କ ପରିଚୟ ମିଳି ନ ଥିବା ବେଳେ ଘଟଣା ସ୍ଥଳରେ ରେଳବାଇ ପୋଲିସ୍ ପହଞ୍ଚି ଅଧିକ ତଦନ୍ତ କରିବା ବୋଲି ସୂଚନା ମିଳିଛି। ଟ୍ରେନ୍ ଯାତ୍ରା ସମୟରେ ଯାତ୍ରୀ ଙ୍କ ଅସାବଧାନତା ଯୋଗୁଁ ଏଭଳି ଘଟଣା ଘଟୁଥିବା ବେଳେ ଉକ୍ତ ଘଟଣା କିପରି ଘଟିଲା ତାହା ଅଧିକ ତଦନ୍ତ ପରେ ଜଣାପଡ଼ିବ।

    ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow