ନାରୀ ସୁରକ୍ଷା ନେଇ ବିଜେପି ବିରୁଦ୍ଧରେ କଂଗ୍ରେସର ରଣ ହୁଙ୍କାର, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ,

Mar 11, 2025 - 06:02
 0  24
ନାରୀ ସୁରକ୍ଷା ନେଇ ବିଜେପି ବିରୁଦ୍ଧରେ କଂଗ୍ରେସର ରଣ ହୁଙ୍କାର, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ,

ନାରୀ ସୁରକ୍ଷା ନେଇ ବିଜେପି ବିରୁଦ୍ଧରେ କଂଗ୍ରେସର ରଣ ହୁଙ୍କାର, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ,

ଶୁଭମ ବାର୍ତ୍ତା :- ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହୟୁଆନ କ୍ରମେ ତଥା କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଭାରତ ଭୂଷଣ ବେମାଳଙ୍କ ନେତୃତ୍ୱରେ ଭବାନୀପାଟଣାସ୍ଥିତ ନୂଆ ବସଷ୍ଟାଣ୍ଡ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏଥିରେ ଜିଲ୍ଲାର ୧୩ଟି ବ୍ଲକର ହଜାର ହଜାର ସଂଖ୍ୟାରେ ମହିଳା ସାମିଲ ହୋଇ ବିଜେପି ସରକାର ନାରୀ ସୁରକ୍ଷାକୁ ନେଇ ବିଭିନ୍ନ ନାରାବାଜି କରିଥିଲେ।ରାଜ୍ୟରେ ମହିଳାଙ୍କ ବି ବିରୋଧରେ ଅତ୍ୟାଚାର ବଢୁଥିବା ଅଭିଯୋଗ ନେଇ ଭାଜପା ସରକାର ବିରୋଧରେ ବିଧାନସଭା ଭିତରେ ଏବଂ ବାହାରେ କଂଗ୍ରେସ ବିକ୍ଷୋଭ ଓ ପ୍ରତିବାଦ ଜାରି ରଖୁଛି। ସେହି କ୍ରମରେ ଜିଲ୍ଲା ମହିଳା କଂଗ୍ରେସ କର୍ମୀମାନେ ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ମହିଳା ଉପେକ୍ଷିତ ଓ ନିର୍ଯାତିତ। ବିଜେପି ମହିଳାମାନଙ୍କୁ ସୁରକ୍ଷା ଦେବା ଓ ସ୍ବାବଲମ୍ବୀ କରିବାର ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେଲା । ମାତ୍ର କ୍ଷମତାପ୍ରାପ୍ତ ହେଲାପରେ ମହିଳାଙ୍କୁ ଏବେ ପ୍ରତାରିତ କରୁଛି। ଏଠି ନରେନ୍ଦ୍ର ମୋହନ ସରକାରରେ ମହିଳା ଅତ୍ୟାଚାର ସୀମାଲଂଘନ କଲାଣି। ମାତ୍ର ସରକାର ନିଷ୍କ୍ରିୟ ଓ ନିଦାବିଷ୍ଣୁ ସାଜି ବସିଛନ୍ତି। ପୂର୍ବ ସରକାର ସମୟରେ ଭାଜପା ପକ୍ଷରୁ ମହିଳା ଅତ୍ୟାଚାର ପ୍ରସଙ୍ଗରେ ରାସ୍ତାରେ ଚିତ୍କାର କରାଯାଉଥିଲା I କିନ୍ତୁ କ୍ଷମତାସୀନ ହେଲା ପରେ ମହିଳାଙ୍କ ନିର୍ଯାତନା ପ୍ରସଙ୍ଗକୁ ଭାଜପା ଅଣଦେଖା କରୁଛି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝର ଆଶ୍ରମ ସ୍କୁଲର ନ‌ବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ୬ଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ମାଲକାନଗିରିର ଚିତ୍ରକୋଣ୍ଡାରେ ଦଶମ ଶ୍ରେଣୀର ଛାତ୍ରୀ ମା' ହୋଇଛନ୍ତି। ଢେଙ୍କାନାଳରେ ଜଣେ ମହିଳାଙ୍କୁ ୭ ଜଣ ପୁରୁଷଙ୍କ ଦୀର୍ଘଦିନ ଧରି ଗଣବଳାତ୍କାର, ଯାଜପୁରରେ ମାଟ୍ରିକ୍ ପରୀକ୍ଷାର୍ଥୀ କନ୍ୟାଶ୍ରମରେ ଗର୍ଭବତୀ ହେବା ଭଳି ଘଟଣା ଅନେକ ସମୟରେ ନଜରକୁ ଆସୁଛି। ପ୍ରତିଦିନ ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର ବଢ଼ିଚାଲିଛି। ମୋହନ ସରକାରର ୮ ମାସ ଭିତରେ ୧୬ ଶହ ମହିଳା ଅତ୍ୟାଚାରିତ ହୋଇଥିବାର ମାମଲା ଦାଏର ହୋଇଥିବା ବେଳେ ଅନେକ ହଜାର ମହିଳା ଅତ୍ୟାଚାର ଘଟଣା ଅନ୍ଧକାରରେ ଲୁଚିଯାଉଛି ବୋଲି ମଂଚାସୀନ କର୍ମୀମାନେ ତାଙ୍କ ବ୍ୟକ୍ତବ ମାଧ୍ୟମରେ କହିଛନ୍ତି । ଏହି ଶୋଭାଯାତ୍ରା ଏବଂ ସଭାରେ ଜିଲ୍ଳା ପ୍ରଭାରୀ ଭାବରେ ନବରଙ୍ଗପୁର ଜିଲ୍ଲା ସଭାପତି ଶ୍ରୀ ମଣ୍ଟୁ ତ୍ରିପାଠୀ ସମେତ ଜିଲ୍ଲା ଉପସଭାପତି ଉତ୍ସବ ସାହୁ, ଉପସଭାପତି ଧନୁ ଗହୀର, ଜିଲ୍ଲା ମହିଳା ସଭାପତି ମରଜିନା ପ୍ରଧାନ, ଜିଲ୍ଲା ଯୁବମୋର୍ଚା ସଭାପତି ମହମ୍ମଦ ସାହେବ ରାଜ୍ୟ RGPRS ସଭାପତି ଶ୍ରୀ ସୁରଜ ବାଗ, ରାଜ୍ୟ RGPRS ସମ୍ପାଦକ ଶ୍ରୀ ବେଣୁଧର ଦୁର୍ଗା, ରାଜ୍ୟ RGPRS ମନ୍ଦାକିନୀ ବାଣୁଆ, ଥୁଆମୂଳ ରାମପୁର RGPRS ପରମେଶ୍ୱର ନାଏକ ପ୍ରମୁଖ ମଂଚାସୀନ ଥିଲେ।ସଭା ସାଙ୍ଗ ପରେ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।

     କଳାହାଣ୍ଡି ରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow