ସମାପନ ହେଲା ନର୍ଲା କାନ୍ତିଡିଗ୍ରା ପଡ଼ାରେ ହେଉଥିବା ଷୋହଳ ପ୍ରହର ନାମ ଯଜ୍ଞ ,

Mar 10, 2025 - 10:51
 0  43
ସମାପନ ହେଲା ନର୍ଲା କାନ୍ତିଡିଗ୍ରା ପଡ଼ାରେ ହେଉଥିବା ଷୋହଳ ପ୍ରହର ନାମ ଯଜ୍ଞ ,

ସମାପନ ହେଲା ନର୍ଲା କାନ୍ତିଡିଗ୍ରା ପଡ଼ା ରେ ହେଉଥିବା ଷୋହଳ ପ୍ରହର ନାମ ଯଜ୍ଞ ,

 ନର୍ଲା ଶୁଭମ ବାର୍ତ୍ତା :- କିଛି ଦିନ ହେଲା ନର୍ଲା ବ୍ଲକ୍ ର ବିଭିନ୍ନ ଗାଁ ରେ ଅଖଣ୍ଡ ପ୍ରହର ନାମ ଯଜ୍ଞ ମାନ ଅନୁଷ୍ଟିତ ହୋଇ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇ ଥିବା ବେଳେ ଆଜି ନର୍ଲା ରୋଡ କାନ୍ତିଡ଼ିଗ୍ରା ପଡ଼ା ରେ ହେଉ ଥିବା ଚତୁର୍ଥ ତମ ଷୋହଳ ପ୍ରହର ନାମ ଯଜ୍ଞ ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହୋଇଯାଇଛି। ପ୍ରଥମ ଦିନ ଉକ୍ତ ପଡ଼ା ର ଶତାଧିକ ମହିଳା ଓ ପୁରୁଷ ଯଜ୍ଞ କର୍ତ୍ତା ଙ୍କ ସହିତ ନିକଟସ୍ଥ ସାନ୍ଦୁଲ ନଦୀ ରୁ କଳସ ରେ ପାଣି ଧରି ଶୋଭାଯାତ୍ରା ଯାଇ ପ୍ରହରୀ ମଣ୍ଡପ ରେ କଳସ ସ୍ଥାପନ କରି ଥିଲେ। ଶନିବାର ସକାଳ ସାତ ଟା ୩୦ ମିନିଟ୍ ସମୟରେ ଅଖଣ୍ଡ ନାମ ଯଜ୍ଞ ଆରମ୍ଭ ହୋଇ ସୋମବାର ସକାଳ ୭ ଟା ୩୦ ମିନିଟ୍ ସମୟ ସମାପନ ହୋଇଥିଲା। ଉକ୍ତ ନାମ ଯଜ୍ଞ ରେ ଜିଲ୍ଲା ସହିତ ଜିଲ୍ଲା ବାହାରୁ ମହିଳା ସଙ୍କୀର୍ତ୍ତନ ଦଳ ସହିତ ଦଶ ଗୋଟି ସଙ୍କୀର୍ତ୍ତନ ଦଳ ଯୋଗ ଦେଇ ବିଭିନ୍ନ ଢଙ୍ଗ ର ନୃତ୍ୟ ର ତାଳେ ତାଳେ ହରି ନାମ ଗାନ କରି ଉପସ୍ଥିତ ଦର୍ଶକ ଙ୍କ ମନ ମୋହି ଥିଲେ। କମିଟି ତରଫରୁ ସମସ୍ତଙ୍କ ପାଇଁ ଆନନ୍ଦ ବଜାର ରେ ପ୍ରସାଦ ସେବନ ର ବ୍ୟବସ୍ଥା କରା ଯାଇ ଥିଲା। ଏହି ନାମ ଯଜ୍ଞ ରେ କର୍ତ୍ତା ଭାବରେ ଧନଞ୍ଜୟ ଗଉଡ ଓ ତାଙ୍କ ଧର୍ମ ପତ୍ନୀ କାର୍ଯ୍ୟ ଭାର ତୁଲାଇ ଥିବା ବେଳେ ସଭାପତି ପ୍ରଫୁଲ୍ଲ କୁମାର ପଧାନ୍, ସେକ୍ରେଟେରୀ କୃଷ୍ଣଚନ୍ଦ୍ର ମିର୍ଦ୍ଧା, କେସିଅର୍ ଲକ୍ଷପତୀ ପଧାନ୍ ଓ ବିଜୟ କୁମାର ସାହୁ, ମଧୁସୂଦନ୍ ରଣା , ଗୋବିନ୍ଦ ବଛା ଯଦୁମଣି ନାଏକ୍ ପ୍ରମୁଖ ଉପଦେଷ୍ଟା ଭାବେ ସହଯୋଗ କରି ନାମଯଜ୍ଞ କୁ ଶାଫଲ୍ୟ ମଣ୍ଡିତ କରିଥିଲେ।

      ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow