ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର,

Feb 6, 2025 - 19:11
Feb 6, 2025 - 19:12
 0  9
ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର,

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

କେସିଙ୍ଗା,୬/୨(ଶୁଭମ ବାର୍ତ୍ତା ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବନଖଣ୍ଡ ଅମାଠ ପଞ୍ଚାୟତ ବିନେକେଲା ଗ୍ରାମର ବିପିନ ଭୋଇ(୬୦) ନାମକ ଜଣେ ବୃଦ୍ଧଙ୍କୁ ହାତୀ କଚାଡି ଦେବାରୁ ବୃଦ୍ଧଙ୍କର ଅଣ୍ଟାରେ ଗଭୀର ଆଘାତ ଲାଗିଛି।ସୂଚନା ଅନୁଯାଇ ବିପିନ ଭୋଇ ଗୁରୁବାର ଭୋର ୪ ଟା ବେଲେ ଚିନାବାଦାମ ଚାଷ କରିଥିବା ନିଜ ବିଲ ପଟେ ଯାଇଥିଲେ।ହେଲେ ଭାଗ୍ୟର ବିଡମ୍ବନା ଦୁଇଟି ଗଜରାଜ ର ସାମ୍ନା ହୋଇଯାଇଥିଲେ ବିପିନ। ଗୋଟିଏ ହାତୀ ବିପିନଙ୍କୁ ଟେକି କଚାଡି ଦେଇଥିଲା।ଯାହାବି ହେଉ ବିପିନଙ୍କ ଅବସ୍ଥା ଗୁରୁତର ଥିଲେ ମଧ୍ୟ ଅଣ୍ଟାରେ ବେଶୀ ମାଡ଼ ହେଇଛି।ପରେ ଗ୍ରାମ ବାସୀ ଖବର ପାଇବା ପରେ ବିପିନଙ୍କୁ ଅବିଳମ୍ବେ କେସିଙ୍ଗା ଡାକ୍ତରଖାନା କୁ ଅଣାଯାଇ ସ୍ଥାନୀୟ ପୋଲିସ ଓ ବନ ବିଭାଗ କୁ ଖବର ଦିଆଯାଇଥିଲା। ଏଠାରେ ପ୍ରକାଶ ଥାଉକି ଉକ୍ତ ଅଂଚଳରେ ହାତୀ ପଲ ଦୀର୍ଘ ଦିନରୁ ରହି ଅନେକ ଚାଷ କ୍ଷୟ କ୍ଷତି କରି ଚାଲିଛନ୍ତି ଓ଼ ସୁରକ୍ଷା ଦୃଷ୍ଟି ରୁ ବିଜୁଳି ବିଭାଗ ରାତି ସାରା ବିଜୁଳି କାଟ କରୁଛି।

କଲାହାଣ୍ଡି ଜିଲ୍ଲା ପ୍ରତିନିଧି କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow