ଓଡିଶା ଡ୍ରାଇଭର ମହାସଂଘ ର ଧର୍ମଘଟ,

ଓଡିଶା ଡ୍ରାଇଭର ମହାସଂଘ ର ଧର୍ମଘଟ ସାତ ଦଫା ଦାବି ପାଇଁ ରାଜରାସ୍ତାରେ ଡ୍ରାଇଭର ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ,
ଗୋଲାମୁଣ୍ଡା ୦୮/୦୭(ଶୁଭମ ବାର୍ତ୍ତା) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତୁମୁରା ଧାନମଣ୍ଡି ପାଖରେ ଓଡ଼ିଶା ଡ୍ରାଇଭର ମହାସଂଘ ଗୋଲାମୁଣ୍ଡା ଡ୍ରାଇଭର ସଂଘ ର ଶାନ୍ତି ପୁର୍ଣ୍ଣ ଭାବରେ ବିଜୁ ଏସ୍କପ୍ରେସ ୱେ ରାସ୍ତା ରେ ଧର୍ମଘଟ ଦେଖିବାକୁ ମିଳି ଥିଲା । ଡ୍ରାଇଭର ମହାସଂଘ ର ସାତ ଗୋଟି ଦାବି ନେଇ ରାଜ ରାସ୍ତା ରେ ଶତାଧିକ ଡ୍ରାଇଭର ଭାଇ ।ଦାବି ଗୁଡ଼ିକ ହେଲା । ଓଡିଶା ମୋଟର ପରିବହନ ଡ୍ରାଇଭର ଏବଂ ଶ୍ରମିକ କଲ୍ୟାଣ ବୋର୍ଡ ରେ ଅଟୋ ଡ୍ରାଇଭର ଙ୍କୁ ସାମିଲ କରାଯାଉ |ଜନ ସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜ ର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯାଉ | ବୃତିଗତ ଡ୍ରାଇଭର ଙ୍କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତା ପ୍ରଦାନ କରାଯାଉ |ଗାଡି ଗୁଡିକ ପାକିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବାପାଇଁ ପାକିଂ ସହିତ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ତା ପ୍ରତି ୧୦୦ କିଲୋମିଟର ଅନ୍ତରରେ କରାଯାଉ |ଓଡିଶା ରେ ଥିବା ପ୍ରତେକ ଖଣି ଖାଦାନ ଏବଂ କାରଖାନା ଗୁଡିକରେ ଶତକଡା ୭୦% ଓଡିଶା ର ଡ୍ରାଇଭର ମାନଙ୍କୁ କାମ କରିବାପାଇଁ ଅଗ୍ରାଧିକାର ଦିଆଯାଉ |ସେପ୍ଟେମ୍ବର ୧ ତାରିଖ କୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ |ଗାଡି ର କାଗଜପତ୍ର ଯାଞ୍ଚ କରିବା କ୍ଷମତା କୁ ପୋଲିସ ବିଭାଗ କୁ ଦିଆ ନଯାଉ ।ଉକ୍ତ ଦାବିଗୁଡିକୁ ସରକାର ନଶୁଣି ଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ଚାଲୁ ରହିବ ବୋଲି ଡ୍ରାଇଭର ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଓଡ଼ିଶା ସରକାର କ'ଣ ପଦକ୍ଷେପ ନେଉଛନ୍ତି ଡ୍ରାଇଭର ମହାସଂଘ ର ଦାବି କୁ ଦେଖିବାକୁ ବାକି ରହିଲା ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






