କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦ୍ଘାଟିତ:

Sep 22, 2024 - 13:24
 0  43
କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦ୍ଘାଟିତ:

କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦ୍ଘାଟିତ:

 ଭବାନୀ ପାଟଣା ଶୁଭମ ବାର୍ତ୍ତା :-  କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିକାଶ ମେଳା ର ଉଦଘାଟନୀ ଉତ୍ସବ ଆଜି ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଭବାନୀ ପାଟଣା ଖେଳ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମାନ୍ୟବର ରାଷ୍ଟ୍ର ମନ୍ତ୍ରୀ (ସ୍ଵାଧୀନ) ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,ଶିଳ୍ପ ଓଡିଶା ସରକାର ଯୋଗଦେଇ ଜିଲ୍ଲାସ୍ତରୀୟ ବିକାଶ ମେଳା ର ଶୁଭ ଉଦ୍ଘାଟନ କରିଥିଲେ। ବିଭିନ୍ନ ବିଭାଗୀୟ ବିକାଶର ସଚେତନତା ସମ୍ୱନ୍ଧୀୟ 25 ଗୋଟି ଷ୍ଟଲ୍ ମୁଖ୍ୟ ଅତିଥି ବୁଲି ଦେଖିଥିଲେ। ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶ ସଭାରେ ମୁଖ୍ଯ ଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସରକାରଙ୍କ ର ଏକ ଶତ ଦିନ ପୂର୍ତ୍ତୀ ଅବସରରେ କାର୍ଯ୍ୟକାରି କରାଯାଇଥିବା ବିଭିନ୍ନ ବିକାଶମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦ କଳାହାଣ୍ଡି ଶ୍ରୀମତୀ ମାଳବିକା ଦେବୀ, ମାନ୍ୟବର ବିଧାୟକ ଧର୍ମଗଡ଼ ଶ୍ରୀ ସୁଧୀର ପାଟଯୋଷୀ, କଳାହାଣ୍ଡି ଜିଲ୍ଲା ଭାଜପା ସଭାପତି ଶ୍ରୀ ଆର୍ତ୍ତତ୍ରାଣ ମହାପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଯୋଗଦେଇ ବିକାଶ ମେଳା ଆୟୋଜନ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଜିଲ୍ଲାରେ ସରକାରଙ୍କ ର କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ,କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଏହି ଅବସରେ ପାଞ୍ଚ ଜଣ ସୁଭଦ୍ରା ହିତାଧିକାରୀ ମାନଙ୍କୁ ପଚାଶ ହଜାର ଟଙ୍କା ପାଞ୍ଚ ବର୍ଷ ପାଇଁ ର ଡମି ଚେକ୍ ମୁଖ୍ୟ ଅତିଥି ଙ୍କ ଦ୍ଵାର ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ବିକାଶ ମେଳା ଉଦଘାଟନୀ ଉତ୍ସବ ପରେ ପଲିଟେକନିକ୍, ଆଇଟିଆଇ,ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ଏହି ବିକାଶ ମେଳା ସେପ୍ଟେମ୍ବର 21 ଓ 22 ପର୍ଯ୍ୟନ୍ତ ଚାଲିବ ସନ୍ଧ୍ୟାରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଅନୁଷ୍ଠିତ ହେବ। ଏହି ସମାରୋହରେ ରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲାପାଳ,ରାଜସ୍ୱ ତ୍ରିଲୋଚନ ପାତ୍ର, ସି ଡି ଓ, ଜିଲ୍ଲାପରିଷଦ ଦୟାମୟ ପାଢୀ,ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।ଜିଲ୍ଲାର ଦଶ ଗୋଟି ବ୍ଳକ ରୁ ପାଞ୍ଚ ହଜାର ରୁ ଉର୍ଦ୍ଧ୍ଵ ମହିଳା, ପୁରୁଷ,ଜନପ୍ରତିନିଧି, ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ସତ୍ୟନାରାୟଣ ମହାପାତ୍ର ପରିଚାଳନା କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow