ଛୁଆ ହାତୀ କୁ ଧରିବାରେ ସଫଳ ହେଲା ନର୍ଲା ବନ ବିଭାଗ,

Sep 16, 2024 - 19:22
Sep 17, 2024 - 10:17
 0  187
ଛୁଆ ହାତୀ କୁ ଧରିବାରେ ସଫଳ ହେଲା ନର୍ଲା ବନ ବିଭାଗ,

 ଛୁଆ ହାତୀ କୁ ଉଦ୍ଧାର କଲା ବନ ବିଭାଗ,

ନର୍ଲା ଶୁଭମ ବାର୍ତ୍ତା :- ଗତ ଶୁକ୍ରବାର ଦିନ ସକାଳୁ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡି ମାଲ୍ ନିକଟସ୍ଥ ଜଙ୍ଗଲ ପାର୍ଶ୍ଵରେ ଏକ ମାଇ ହାତୀ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା ।ପାରିପାର୍ଶ୍ବିକ ଅବସ୍ଥିତିକୁ କୁ ଦେଖି ହାତୀ ଟି ବିଦ୍ୟୁତ୍ ଆଘାତ କାରଣ ରୁ ମରିଥିବା ଜଣା ପଡୁ ଥିଲେ ମଧ୍ୟ ବନ ବିଭାଗ ମୂଳ କଥା କୁ ସାର୍ବଜନୀନ ନ କରିବା କି ଗଣ ମାଧ୍ୟମ ରେ ପ୍ରକାଶ ନ କରିବା ସାଧାରଣ ରେ ସନ୍ଦେହ ଜାତ ହେଉଥିବା ବେଳେ ମୃତ ହାତୀ ର କ୍ଷୀର ଖାଉଥିବା ଛୁଆ ହାତୀ ମାଁ କୁ ଖୋଜି ଖୋଜି ଉକ୍ତ ଅଞ୍ଚଳ ରେ ବୁଲୁ ଥିବା ଦେଖିବାକୁ ମିଳିଥିଲା । ବନ ବିଭାଗ ର ଟିମ୍ ଦିନ ରାତି ଅନିଦ୍ରା ରହି କି ମଧ୍ୟ ସେହି ଛୁଆ ହାତୀ ର ଗତି ବିଧି ଲକ୍ଷ୍ୟ ରଖୁଥିଲେ।ଆଜି ସକାଳୁ ବନ ବିଭାଗ ର ଏକ ସ୍ବତନ୍ତ୍ର ଟିମ୍ ଭୁବନେଶ୍ଵର ରୁ ଆସି ଡ୍ରୋନ୍ କ୍ୟାମେରା ମାଧ୍ୟମ ରେ ଛୁଆ ହାତୀ ର ଗତି ବିଧି ଲକ୍ଷ୍ୟ କରୁ ଥିଲେ ।ଶେଷରେ ଆଜି ଦିନ ୩ ଟା ସମୟରେ ନିକଟସ୍ଥ ଗାଡିଆ ଜୋର୍ କ୍ଷୁଦ୍ର ଜଳସେଚନ ନିକଟରେ ଟ୍ରାଙ୍କୁଲାଇଜ୍ କରି ହାତୀ ଟି କୁ ଧରି ବାରେ ସଫଳ ହୋଇଛନ୍ତି।ଉକ୍ତ ହାତୀ ଛୁଆକୁ ଛିପୂଲ୍ ଜଙ୍ଗଲ ରେ ଥିବା ନର୍ସରୀ ରେ କଡା ସୁରକ୍ଷା ଭିତରେ ରଖାଯାଇଛି।ବର୍ତମାନ ତାର ଚିକିତ୍ସା ଚାଲିଛି, ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ ତାକୁ ନନ୍ଦନ କାନନ ନିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

କଳାହାଣ୍ଡି ରୁ ଜଗତ ରାମ ସାହୁ ଓ ନର୍ଲା ରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow