ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l

Sep 22, 2024 - 13:19
 0  60
ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l

ଶୁଭମ୍ ବାର୍ତ୍ତା ନର୍ଲା _ କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷ ରୁ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ 74 ତମ ଜନ୍ମ ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଅନାମ ନାଏକ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଯାଜ୍ଞସେନ ପଣ୍ଡା,ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ଆଶୁତୋଷ ପାଢ଼ୀ,ନର୍ଲା ନିର୍ବାଚନ ମଣ୍ଡଳୀର ବୁଥ ସଂଯୋଜକ ମନ୍ମୟ ଚାନ୍ଦ, ନର୍ଲା ନିର୍ବାଚନ ମଣ୍ଡଳୀ ସଂଯୋଜକ ସରୋଜ, ବୁଦ୍ଧିଆ ଦୀନେଶ ସାହୁ,ଯୁବ ନେତ୍ରୀ ସଂଯୁକ୍ତା ସିଂଦେଓ, ପ୍ରତାପ ବାଗ, ସଚିନ ବରଲା, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ନାରୀ ନେତ୍ରୀ ଶାନ୍ତି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l ଜିଲ୍ଲା ରକ୍ତ ଭଣ୍ଡାର କର୍ମକର୍ତ୍ତା ମାନେ ଉପସ୍ଥିତ ରହି 35 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l

ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow