ପାର୍ବଣ ଋତୁ କୁ ସ୍ବାଗତ ଜଣାଉଛି କାଶତଣ୍ଡି ଫୁଲ ଏବଂ ନିଜ କଳା କାରିତା ରେ ବ୍ୟସ୍ତ ମୂର୍ତ୍ତି କାରିଗର,

ପାର୍ବଣ ଋତୁ କୁ ସ୍ବାଗତ ଜଣାଉଛି କାଶତଣ୍ଡି ଫୁଲ ,ଏବଂ ନିଜ କଳା କାରିତା ରେ ବ୍ୟସ୍ତ ମୂର୍ତ୍ତି କାରିଗର,
ଶୁଭମ ବାର୍ତ୍ତା :- ପୃଥିବୀ ପୃଷ୍ଠରେ ଋତୁ ପରିବର୍ତ୍ତନ ଏକ ଭୌଗଳିକ ପ୍ରକ୍ରିୟା ଦିନ ଆଉ ରାତି ଭଳି ପୃଥିବୀ ସୃଷ୍ଟି ହେବାଠୁ ଚାଲି ଆସିଛି ଏବଂ ଚାଲି ଥିବ।ଏହି ଅନୁସାରେ ବର୍ଷ କୁ ୧୨ ମାସ ଓ ୬ ଋତୁ ହୋଇ ଥାଏ, ପ୍ରତ୍ୟେକ ଋତୁ ନିଜ ନିଜ ଧର୍ମ ଅନୁସାରେ ନିଜ ଛାପ ଛାଡ଼ି ଥାନ୍ତି ପ୍ପୃଥିବି ପୃଷ୍ଟ ରେ।ଗ୍ରୀଷ୍ମ ଋତୁ ର ଶେଷ ଭାଗରେ କୋଇଲି ତାର ମଧୁର କଣ୍ଠ ରେ ବର୍ଷା ଋତୁ କୁ ସ୍ବାଗତ କଲା ଭଳି ,ବର୍ଷା ଋତୁ ର ମଧ୍ୟ ଭାଗରେ ପାର୍ବଣ ଋତୁ କୁ ସ୍ବାଗତ ଜଣାଏ "କାଶତଣ୍ଡି ଫୁଲ"।ସେଥି ପାଇଁ କାଶତଣ୍ଡି ଫୁଲ ଫୁଟିଲେ ପାର୍ବଣ ଆସୁଛି ବୋଲି ଆଭାସ ହୋଇ ଥାଏ। କବି ନିଜ କଲମ ମୁନ ରେ ଲେଖିଥାଏ ଅନେକ ହୃଦୟ ସ୍ପର୍ଶି କବିତା, ଚାଷୀ ମଧ୍ୟ ଚାଷ କାମ ପଛେଇ ଥିବା ଭାବି ତତ୍ପର ହୋଇ ପଡେ ଚାଷ କାର୍ଯ୍ୟରେ।ଅଗ୍ର ପୂଜ୍ୟ ଗଣେଶ ଙ୍କ ପୂଜା ଓ ନୂଆଁ ଖାଇ ରୁ ଆରମ୍ଭ ହୁଏ ପାର୍ବଣ ର ଋତୁ। ଏହି ପାର୍ବଣ କୁ ସରସ ଓ ସୁନ୍ଦର କରିବାକୁ ମୂର୍ତ୍ତି କାରିଗର ନିଜ କଳା ମାଧ୍ୟମ ରେ ମୂର୍ତ୍ତି ତିଆରି ରେ ଲାଗି ପଡେ।ସମସ୍ତେ ନିଜ ନିଜ ବ୍ୟସ୍ତ ବହୁଳ ଜୀବନରେ ମାତି ଥାନ୍ତି ,କିନ୍ତୁ ଋତୁ ଅନୁସାରେ ନିଜକୁ ଖାପ ଖୁଆଇ ଚାଲିଥାନ୍ତି ଏବଂ ଚାଲିଥିବେ ଚିର କାଳ ପାଇଁ ,ଯେତେ ଦିନ ପର୍ଯ୍ୟନ୍ତ ଏହି ସୃଷ୍ଟି ବଞ୍ଚି ଥିବ ସୌର ମଣ୍ଡଳ ରେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଶୁଭମ୍ ବାର୍ତ୍ତା
What's Your Reaction?






