ମାଁ ତାରିଣୀ ମହିଳା ମଣ୍ଡଳ ସ୍ୱୟଂ ସହାୟକ ଗୋଷ୍ଠୀର ନିଆରା ଢଙ୍ଗର ପ୍ରୟାସ

ମାଁ ତାରିଣୀ ମହିଳା ମଣ୍ଡଳ ସ୍ୱୟଂ ସହାୟକ ଗୋଷ୍ଠୀର ନିଆରା ଢଙ୍ଗର ପ୍ରୟାସ,
କଳାହାଣ୍ଡି, ୨୫/୦୨ଶୁଭମ ବାର୍ତ୍ତା,(ଜଗନ୍ନାଥ ନାଏକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ମହକୁମା ଛେଲିଆମାଲ ଗ୍ରାମ ଠାରେ । ୧୫/୦୮/୨୦୦୪ ମସିହାରେ ଗ୍ରାମରେ, ମାଝୀ ପଡା ଠାରେ ୧୩ ଜଣ ମହିଳାଙ୍କ ନିଜସ୍ୱ ଉଦ୍ୟମ ସହ ଅଙ୍ଗନୱାଡି ଦିଦିଙ୍କ ସାହାଯ୍ୟ ପାଇ ଗଢି ଉଠିଥିଲା। ମାଁ ତାରିଣୀ ମହିଳା ମଣ୍ଡଳ ସ୍ୱୟଂ ସହାୟକ ଗୋଷ୍ଠୀ ଛେଳିଆମାଲ ଗ୍ରାମର । ସର୍ବ ପ୍ରଥମେ ଟଙ୍କିଆ ଧୂପ ପ୍ୟାକେଟ ରୁ ବ୍ୟବସାୟ ଆରମ୍ଭ ହୋଇଥିଲା। ମଦନପୁର ରାମପୁର ରୁ ଧୂପ କିଣି ବିକ୍ରି କରିଥିଲେ। ପରେ ପରେ ନିଜର ଆପ୍ରାଣ ଉଦ୍ୟମରେ ମାଛଚାଷ, ଛତୁ ଚାଷ, ଝାଡୁ, ବଡି, ତିଆରି କରିବା ସହିତ ମାଣ୍ଡିଆ ପେକେଟ ବିକ୍ରି ସହ ଆଖ ପାଖ ଅଞ୍ଚଳର ବଜାରରେ ଖାଇବା ଜିନିଷ ତିଆରି କରି ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏପରି ଭଲକାମ କରିଥିବା ରୁ ଜିଲ୍ଲା ସହିତ ରାଜ୍ୟରେ ମଧ୍ୟ ଏ ଗୋଷ୍ଠୀ ସ୍ୱୟଂ ନିତ ହୋଇ ଅଛନ୍ତି। ସୂଚନା ଯୋଗ୍ୟ ଯେ, ପୂର୍ବତନ ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ମାଛ ଚାଷ ସମୟରେ ଆସି ତାଙ୍କ କାଯ୍ୟ କଳାପ ଦେଖି ଭୁୟସୀ ପ୍ରଶସାଂ କରିଥିଲେ । ମାଁ ତାରିଣୀ ମହିଳା ମଣ୍ଡଳ ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ନିଜର ଉନ୍ନତି ଯେ କରୁଛନ୍ତି ତାହା ନୁହେଁ, ଗ୍ରାମରେ ହେଉଥିବା ଯାନୀ ଯାତ୍ରାରେ ଅବା ସାମାଜିକ ଅଂଶଗ୍ରହଣ କରି ସହଯୋଗର ହାତ ବଢ଼ାଉଛନ୍ତି । ମାଁ ତାରିଣୀ ମହିଳା ମଣ୍ଡଳ ସ୍ୱୟଂ ସହାୟକ ଗୋଷ୍ଠୀ ଛେଳିଆମାଲ ଗ୍ରାମର ମହିଳା ମାନେ ବର୍ଷା ଦିନେ ନିରୀହ ଗରିବ ଲୋକ ମାନଙ୍କୁ ଛତା ବଣ୍ଟନ କରନ୍ତି। ଗ୍ରୀଷ୍ମ ଦିନେ ନିରୀହ ଗରିବ ଲୋକ ମାନଙ୍କୁ ଛତା, ପାଣି, ପଣା ଓ ସର୍ବତ ପାଣି ବଣ୍ଟନ କରନ୍ତି। ଶୀତ ଦିନେ ବୃଦ୍ଧ ବୃଦ୍ଧା ନିରୀହ ଗରିବ ଲୋକ ମାନଙ୍କୁ ଶିତ ବସ୍ତ୍ର କମ୍ବଳ ବଣ୍ଟନ କରନ୍ତି। ଛେଳିଆମାଲ ଗ୍ରାମର ମାଁ ତାରିଣୀ ମହିଳା ମଣ୍ଡଳ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଶ୍ରୀମତୀ
ଜୟନ୍ତୀ ମାଝୀ ନିଜ ପାଣ୍ଠିରୁ ୨୬ ଜଣ ମାଁ ବାପା ମାନଙ୍କୁ ତ୍ରୀର୍ଥ ଯାତ୍ରାକୁ ଦର୍ଶନ କରିବାକୁ ନେଇ ଆଣିଛନ୍ତି । ଆଗାମୀ ଦିନରେ ପ୍ରୟାଶ ଜାରିରହିବ ବୋଲି ଛେଳିଆମାଲ ଗ୍ରାମର ମାଁ ତାରିଣୀ ମହିଳା ମଣ୍ଡଳ ସ୍ୱୟଂ ସହାୟକ ଗୋଷ୍ଠୀ ସଂଘର ସଭାନେତ୍ରୀ ଶ୍ରୀମତୀ ମାଝୀ ମନ୍ତବ୍ୟ ପ୍ରକାଶ କରିଛନ୍ତି।
ଏପରିକି କୋଭିଡ -୧୯ ସମୟରେ ଗ୍ରାମ କୁ ସଚେତନ କରାଇବା ସହିତ ପ୍ରତେକ ଘରକୁ ମାକ୍ସ, ସାବୁନ ଓ ଖାଇବା ଜିନିଷ ବଣ୍ଟନ କରିଛନ୍ତି । ଏ ଗୋଷ୍ଠୀ ରେ ଶ୍ରୀମତି ଜୟନ୍ତୀ ମାଝୀ ସଭାନେତ୍ରୀ ଅଛନ୍ତି। କୋଭିଡ-୧୯ ସମୟରେ ମାଁ ତାରିଣୀ ମହିଳା ମଣ୍ଡଳ ସ୍ୱୟଂ ସହାୟକ ଗୋଷ୍ଠୀ
୧୦,୦୦୦ ଟଙ୍କା ଜିଲ୍ଲାପାଳଙ୍କ ଫଣ୍ଡକୁ ପ୍ରଦାନ କରି ଚର୍ଚ୍ଚାର ବିଷୟ ହୋଇଥିଲେ।
What's Your Reaction?






