ବିଜେପି ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ନର୍ଲା ବ୍ଲକ୍ ପରିସର ରେ ମଧ୍ୟ ଭବ୍ୟ ଆୟୋଜନ,

ବିଜେପି ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ନର୍ଲା ବ୍ଲକ୍ ପରିସର ରେ ମଧ୍ୟ ଭବ୍ୟ ଆୟୋଜନ,
ଶୁଭମ ବାର୍ତ୍ତା:- ଆମ ରାଜ୍ୟ ରେ ବିଜେପି ସରକାର କ୍ଷମତା କୁ ଆସି ଏକ ବର୍ଷ ପୁରଣ ହୋଇଛି, ସେଥିପାଇଁ ଆଜି ରାଜ୍ୟ ର ପ୍ରତେକ୍ ଜିଲ୍ଲା ମୁଖ୍ୟାଲୟ ସହିତ ପ୍ରତେକ୍ ବ୍ଲକ୍ ରେ ଭବ୍ୟ ଆୟୋଜନ କରି ସରକାର୍ ବର୍ଷକ ଭିତରେ କଣ କଣ କରିଛନ୍ତି ତାହା ଲୋକଙ୍କୁ ଅବଗତ କରିବା ପାଇଁ ପ୍ରୟାସ କରାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ପରିସରରେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ବିଡ଼ିଓ ବିପିନ୍ ବିହାରୀ ଦୀପ୍ ଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରେ ବ୍ଲକ୍ ଅଧକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଙ୍କ ସହିତ ବ୍ଲକ୍ ର ବିଭିନ୍ନ ବିଭାଗର ଅଧିକାରୀ, ସମସ୍ତ ସମିତି ମେମ୍ବର, ସରପଞ୍ଚ, ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ଓ ଶହ ଶହ ସାଧାରଣ ଜନତା ଉପସ୍ଥିତ ଥିଲେ।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା
What's Your Reaction?






