ଶେଷ ହେଲା ଗିଧାମାଲ୍ ଗାଁ ର ଗୋଚର ଓ ଅନାବାଦୀ ଜମି ଚିହ୍ନଟ କାର୍ଯ୍ୟକ୍ରମ,

Jun 13, 2025 - 20:55
Jun 13, 2025 - 21:05
 0  50
ଶେଷ ହେଲା ଗିଧାମାଲ୍ ଗାଁ ର ଗୋଚର ଓ ଅନାବାଦୀ ଜମି ଚିହ୍ନଟ କାର୍ଯ୍ୟକ୍ରମ,

ଶେଷ ହେଲା ଗିଧାମାଲ୍ ଗାଁ ର ଗୋଚର ଓ ଅନାବାଦୀ ଜମି ଚିହ୍ନଟ କାର୍ଯ୍ୟକ୍ରମ,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଗିଗୀନା ପଞ୍ଚାୟତ ର ଗିଧାମାଲ୍ ଗାଁ। ଗାଁ ରେ ବାସ କରନ୍ତି ପାଖାପାଖି ୮୦ ପରିବାର ରୁ ଉର୍ଦ୍ଧ ଲୋକ। ସେମାନଙ୍କୁ ମଧ୍ୟରୁ ୯୫ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି, ସେଥିପାଇଁ ପ୍ରାୟ ସମସ୍ତ ଙ୍କ ଘରେ ଛେଳି ମେଣ୍ଢା ସହିତ ଗାଈ ଓ ବଳଦ ପାଳନ କରିଥାନ୍ତି। କିନ୍ତୁ କିଛି ବର୍ଷ ହେଲା ସେହି ଗୃହ ପାଳିତ ପଶୁ ଙ୍କ ଚରାଭୁଇଁ ପାଲଟି ଥିବା ଗୋଚର ଓ ଅନାବାଦୀ ଜମିକୁ ଗ୍ରାମବାସୀ ବେଆଇନ୍ ଭାବେ କବଜା କରି ବିଭିନ୍ନ ପ୍ରକାର ଚାଷ କରୁଥିଲେ, ସେଥିପାଇଁ ଗ୍ରାମବାସୀ ଗାଈ ଗୋରୁ ଚରାଇବା ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁ ଥିଲେ। ଏହି ସମସ୍ୟା ର ସମାଧାନ ପାଇଁ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ପ୍ରଥମେ ଆଲୋଚନା କଲେ ଓ ନିଷ୍ପତି ନେଲେ, ଗାଁ  ରେ ଥିବା ସରକାରୀ ଗୋଚର ଓ ଅନାବାଦୀ ଜମି କୁ ଚିହ୍ନଟ କରି ବାହାର କରିବେ । ତାପରେ ସମସ୍ତେ ମିଶି ପ୍ରଶାସନ ର ଦ୍ବାରସ୍ଥ ହୋଇ ଲିଖିତ ଆକାର ରେ ଜଣାଇଲେ ।ଜିଲ୍ଲା ପ୍ରଶାସନ ଓ ନର୍ଲା ତହସିଲ୍ ଦାର୍ ଙ୍କ ନିର୍ଦ୍ଦେଶ କ୍ରମେ ରୁପ୍ରା ରାଜସ୍ବ ନୀରିକ୍ଷକ ଚଳିତ ମାସ ୭ ତାରିଖ ରୁ ଉକ୍ତ ଗାଁ କୁ ଯାଇ ଜମି ଚିହ୍ନଟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଆଜି ୧୩ ତାରିଖ ଶୁକ୍ରବାର ଦିନ ୫ ଟା ସମୟରେ ଜମି ଚିହ୍ନଟ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହୋଇଛି। ସମୁଦାୟ ୭୦ ଏକର ରୁ ଉର୍ଦ୍ଧ ସରକାରୀ ଗୋଚର ଓ ଅନାବାଦୀ ଜମି ଚିହ୍ନଟ ହୋଇ ଥିବା ସୂଚନା ଦେଇଛନ୍ତି ୱାର୍ଡ ମେମ୍ବର ହଳଧର ପଧାନ୍ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗିଧାମାଲ୍ ଗ୍ରାମବାସୀ ଏଭଳି ପ୍ରୟାସ କରି ନର୍ଲା ଅଞ୍ଚଳ ରେ ଅନ୍ୟ ଗାଁ ଲୋକଙ୍କ ପାଇଁ ଉଦାହରଣ ସାଜିଥିବା ସାଧାରଣ ରେ ଆଲୋଚନା ହେଉଛି ।

  ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow