ଭବାନୀପାଟଣା ବ୍ଲକ ସ୍ତରୀୟ ନବନିଯୁକ୍ତ କନିଷ୍ଠ ଶିକ୍ଷକଙ୍କ "ପ୍ରେରଣା"ପ୍ରଶିକ୍ଷଣ ଉଦଯାପିତ ।

Feb 25, 2025 - 15:51
Feb 25, 2025 - 15:52
 0  36
ଭବାନୀପାଟଣା ବ୍ଲକ ସ୍ତରୀୟ ନବନିଯୁକ୍ତ କନିଷ୍ଠ ଶିକ୍ଷକଙ୍କ "ପ୍ରେରଣା"ପ୍ରଶିକ୍ଷଣ ଉଦଯାପିତ ।

ଭବାନୀପାଟଣା ବ୍ଲକ ସ୍ତରୀୟ ନବନିଯୁକ୍ତ କନିଷ୍ଠ ଶିକ୍ଷକଙ୍କ "ପ୍ରେରଣା"ପ୍ରଶିକ୍ଷଣ ଉଦଯାପିତ ।

 ଶୁଭମ ବାର୍ତ୍ତା :- ଭବାନୀପାଟଣା ବ୍ଲକ ସ୍ତରୀୟ ନବନିଯୁକ୍ତ କନିଷ୍ଠ ଶିକ୍ଷକଙ୍କ 'ପ୍ରେରଣା " ପ୍ରଶିକ୍ଷଣ ଏକ ଶୈକ୍ଷିକ ବାତାବରଣ ମଧ୍ୟରେ ସ୍ଥାନୀୟ ଡି. ଆର. ସି. ଠାରେ ଉଦଯାପିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର, ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ନାଏକ, ସାଧନ କର୍ମୀ ଭାବରେ ରିଷିଗାଁ ସି. ଆର. ସି. ସି. ବୈକୁଣ୍ଠ ବେମାଲ, କରଲାକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର, ପ୍ରଧାନ ଶିକ୍ଷୟତ୍ରୀ ସୁନିତା କୃପ ,ଅଜିତ ପ୍ରଧାନ ,ଜଗଜୀବନ ମହାନ୍ତି ପ୍ରମୁଖ ମଞ୍ଚସିନ ହୋଇ ସମସ୍ତ ପ୍ରଶିକ୍ଷ୍ୟର୍ଥୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ବ୍ଲକ ର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ । ପଞ୍ଚ ଦିବସିୟ ଏହି ପ୍ରଶିକ୍ଷଣ ଦୁଇଟି ପର୍ଯ୍ୟାୟରେ ହୋଇଥିଲା ।ପ୍ରଥମ ପର୍ଯ୍ୟାୟ ସ୍ଥାନୀୟ ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ମାସ ତା.୧୦.୦୨.୨୦୨୫ ରୁ ତା ୧୪.୦୨.୨୦୨୫ ରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ଦ୍ୱିତୀୟ ପର୍ଯ୍ୟାୟ ଚଳିତ ମାସ ତା ୧୯.୦୨.୨୦୨୫ ରୁ ୨୪୦୨.୨୦୨୫ପର୍ଯ୍ୟନ୍ତ ହୋଇଥିଲା.।ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନୀ ସଭାରେ ବି.ଆର. ସି.ସି.ଜୟକୁମାର ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ଚନ୍ଦ୍ର ମୁଣ୍ଡ,ପୋଲିସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବି ପଟ୍ଟନାୟକ, ସାଧନ କର୍ମୀ ବସୁମତୀ ସାହୁ,ସି.ଆର. ସି. ସି.ବିଶ୍ୱଜିତ ରାୟ ପ୍ରମୁଖ ମଞ୍ଚସିନ ହୋଇ ପ୍ରଶିକ୍ଷଣ ର ଶୁଭ ଉଦଘାଟନ କରିଥଲେ।ଏହି ପ୍ରଶିକ୍ଷଣ ର ଉଦ୍ଦେଶ୍ୟ ଜ୍ଞାପନ, ପରିଚୟ ପ୍ରଦାନ,ଅଭିଜ୍ଞତା ବିନିମୟ ,ଓ ପ୍ରାକ ପରୀକ୍ଷଣ ପରେ ସାଧନ କର୍ମୀ ମାନଙ୍କ ଦ୍ୱାରା ପ୍ରତିଦିନ ଚାରୋଟି ଅଧିବେଶନ ସମାପ୍ତି ସହ ଶେଷ ଦିନ ପ୍ରଶିକ୍ଷଣ ର ବିଷୟ ଵସ୍ତୁ ଏକତ୍ରିକରଣ ପରବର୍ତ୍ତୀ ମାନ ନିର୍ଧାରଣ ଓ ମତାମତ ସଂଗ୍ରହ ପରେ ପ୍ରଶିକ୍ଷଣ ସମାପ୍ତି ଘୋଷଣା କରାଯାଇଥିଲା। ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଷ୍ଟାର ପ୍ରୋଜେକ୍ଟ ଜରିଆରେ ଆୟୋଜିତ ଏହି " ପ୍ରେରଣା"ପ୍ରଶିକ୍ଷଣ ପେଟିକା ନିଶ୍ଚିତ ଭାବରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ଶିକ୍ଷ୍ୟୟତ୍ରୀ ମାନଙ୍କ ପାଇଁ ଶିକ୍ଷକତାର ଭିତ୍ତିଭୂମି କୁ ସୁଦୃଢ କରି ଗଢି ତୋଳିବାରେ ବିଶେଷ ସହାୟକ ହେବାସହ ସର୍ବସାଧାରଣ ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇପାରିଛି।

କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow