ନର୍ଲା ପଞ୍ଚାୟତ ସମିତି ବୈଠକରେ ବିଭିନ୍ନ ସମସ୍ୟା କୁ ନେଇ ବିଜେପି ପକ୍ଷରୁ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ବିଜେଡି ସମର୍ଥକ ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି,

ନର୍ଲା ପଞ୍ଚାୟତ ସମିତି ବୈଠକରେ ବିଭିନ୍ନ ସମସ୍ୟା କୁ ନେଇ ବିଜେପି ପକ୍ଷରୁ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ବିଜେଡି ସମର୍ଥକ ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି,
ନର୍ଲା ଶୁଭମ ବାର୍ତ୍ତା :- ପ୍ରତି ମାସ ଭଳି ଆଜି ମଧ୍ୟ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା, ଉକ୍ତ ବୈଠକରେ ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଙ୍କ ସହିତ ବ୍ଲକ୍ ର ସମସ୍ତ ବିଭାଗ ର ଅଧିକାରୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ଯୋଗ ଦେଇ ଥିବା ବେଳେ କଳାହାଣ୍ଡି ଲୋକ ସଭା ସଦସ୍ୟ ଙ୍କ ପ୍ରତିନିଧି ଆର୍ତ୍ତତ୍ରାଣ ମହାପାତ୍ର ଯୋଗ ଦେଇ ଥିଲେ। ଉକ୍ତ ବୈଠକରେ ବ୍ଲକର ବିଭିନ୍ନ ସମସ୍ୟା କୁ ନେଇ ବିଭିନ୍ନ ବିଭାଗ ଅଧିକାରୀ ମାନଙ୍କୁ କାର୍ଯ୍ୟ ରେ ଅବହେଳା କୁ ନେଇ ତାଗିଦ୍ କରିବାରୁ ବିଜେଡି ସମର୍ଥିତ ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଚିହିଁକି ଉଠିଲେ। ଏପରିକି ସାମ୍ବାଦିକ ଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାରେ ପଛେଇ ନ ଥିଲେ । ପରେ ଏଭଳି ଦୁର୍ବ୍ୟବହାର ପାଇଁ ଦୁଃଖ ପ୍ରକାଶ କରିଥିଲେ, ପ୍ରଥମେ ଗୋଇଠା ମାରି ପରେ ବିଷ୍ଣୁ କହିବା କେତେ ଶୋଭନୀୟ, ପୂର୍ବ ସରକାର ସମୟରେ ଲୋକ ସେବା ଭବନ କୁ ଯେମିତି ଗଣ ମାଧ୍ୟମକୁ ମନା ଥିଲା ଠିକ ସେହି ଭଳି ନର୍ଲା ବ୍ଲକ ରେ ହେଉଥିବା ସମିତି ବୈଠକ ରେ ଗଣମାଧ୍ୟମକୁ ମନା ପରି ମନେ ହେଉଛି,ସୂଚନା ଅନୁସାରେ ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଆଗରୁ ଅନେକ ଥର ବିଭିନ୍ନ ସ୍ଥାନରେ ଦୁର୍ବ୍ୟବହାର ପ୍ରକାଶ କରି ନିନ୍ଦିତ ହୋଇ ସାରିଛନ୍ତି। ଜଣେ ଲୋକ ପ୍ରତିନିଧି ଙ୍କ ପକ୍ଷରେ ଏପରି ବ୍ୟବହାର କେତେ ଯୁକ୍ତି ଯୁକ୍ତ ତାହା ସାଧାରଣ ଲୋକେ ବିଚାର କରିବେ।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା,
What's Your Reaction?






